ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ!

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଋଣ ଭାର ସହି ନପାରି କଳାହାଣ୍ଡି ଜିଲ୍ଲା ମାଦିଗୁଡ଼ା ଗାଁରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାହାଦୂର ରଣା।

ସୂଚନା ଅନୁସାରେ, ବାହାଦୂର ୪ ଏକର ଜମିରେ କପା ଚାଷ କରିଥିଲେ। ତେଣୁ ସେ ବିଭିନ୍ନ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ ଆଣିଥିଲେ। ଗତକାଲି ସେ ଜମିରେ କୀଟନାଶକ ଛିଞ୍ଚିବାକୁ ଯାଇଥିଲେ। ସେଠାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ବ୍ୟାଙ୍କ, ବିଭିନ୍ନ ଗ୍ରୁପ୍‌ ଓ ମହାଜନଙ୍କଠାରୁ  ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଋଣ ଚିନ୍ତାରେ ଘାରି ହୋଇ ସେ ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।



from OdishaReporter https://ift.tt/2Ks5oax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages