ଜାଣନ୍ତୁ ବନ୍ଧୁତ୍ୱ ଦିବସ ପାଳନ ପଛର ଇତିହାସ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଜାଣନ୍ତୁ ବନ୍ଧୁତ୍ୱ ଦିବସ ପାଳନ ପଛର ଇତିହାସ?

friendshipday

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପିତୃତ୍ୱ ଏବଂ ମାତୃତ୍ୱ ଦିବସ ପରି ଆମେ ବନ୍ଧୁତ୍ୱ ଦିବସ ମଧ୍ୟ ପାଳନ କରିଥାଉ। ବନ୍ଧୁତ୍ୱ ଏପରି ଏକ ସମ୍ପର୍କ, ଯାହା ଆମେ ଜୀବନରେ ନିଜେ ବାଛିଥାଉ। ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥାଆନ୍ତି ବନ୍ଧୁ ବା ସାଙ୍ଗ।ଏକାଠି କିଛି ସମୟ କାଟିବା ଏବଂ ପରସ୍ପର ସହ ନିଜ ସୁଖ ଦୁଃଖ ବାଣ୍ଟିବାରୁ ଆରମ୍ଭ ହୋଇଥାଏ ସମ୍ପର୍କର ନିବିଡ଼ତା । ଏହି ନିବିଡ଼ତାକୁ ଦୀର୍ଘସ୍ଥାୟୀ କରିବାର ଲକ୍ଷ୍ୟରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ହିଁ ବିଶ୍ୱର ବିଭିନ୍ନ ସ୍ଥାନରେ ବନ୍ଧୁତ୍ୱ ଦିବସ ରୂପେ ପାଲନ କରାଯାଉଛି । ଏଥର ଏହି ସ୍ମରଣୀୟ ରବିବାରଟି ପଡିଛି  ଆଜି ଅର୍ଥାତ୍ ୫ ତାରିଖରେ।

ବିଭିନ୍ନ ଦେଶରେ କିନ୍ତୁ ବନ୍ଧୁତ୍ୱ ଦିବସ ପାଳନର ତାରିଖ ଭିନ୍ନ ଭିନ୍ନ ରହିଛି। ଓହିଓରେ ୮ ଏପ୍ରିଲ୍‌କୁ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି।

୧୯୫୮ ମସିହାରେ ଏକ ୟୁରୋପିଅନ୍ ଧାର୍ମିକ ଗୋଷ୍ଠୀ ୩୦ ଜୁଲାଇକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ସଂଯୁକ୍ତ ରାଷ୍ଟ୍ରର ଜେନେରାଲ୍ ଆସେମ୍ବ୍ଲିରେ ଏହି ଜୁଲାଇ ୩୦କୁ ସରକାରୀ ଭାବେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏବେ କିନ୍ତୁ ଭାରତ ଏବଂ ଆମେରିକାରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ହିଁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି।
ବନ୍ଧୁତ୍ୱ ଦିବସର ଇତିହାସ

– ୧୯୫୮ ମସିହାରେ ପାରାଗୁଏରେ ଅନ୍ତଃରାଷ୍ଟ୍ରୀୟ ବନ୍ଧୁତ୍ୱ ଦିବସର ପ୍ରସ୍ତାବ ରଖାଯାଇଥିଲା। ତେବେ ଏହା ପୂବର୍ରୁ ଖ୍ୟାତିସମ୍ପନ୍ନ ସଂସ୍ଥା ହଲ୍‌ମାର୍କ କାର୍ଡର ସଂସ୍ଥାପକ ଜୟେସ୍‌ ହଲ୍‌ପ୍ରଥମେ ୧୯୩୦ ଅଗଷ୍ଟ ୨ ତାରିଖରେବନ୍ଧୁତା ଦିବସର ବିଧିବଦ୍ଧ ଆୟୋଜନ କରିଥିଲେ। ଏହା ପୂର୍ବରୁ ବନ୍ଧୁତା ଦିବସ ପାଳନ କେବଳ ଗ୍ରିଟିଙ୍ଗସ୍ କାର୍ଡ ଆଦାନ ପ୍ରଦାନ ମଧ୍ୟରେ ସୀମିତ ଥିଲା ଏବଂ ପରେ ବ୍ୟବସାୟିକ ଦୃଷ୍ଟିକୋଣରୁ ହିଁ ଏହା ବୃଦ୍ଧି ପାଇଥିଲା।

-ଆମେରିକାରେ ଏହି ବନ୍ଧୁତ୍ୱ ଦିବସ ପାଳନର ସଫଳତା ପରେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ କୋଫି ଅନ୍ନାନ୍‌ଙ୍କ ପତ୍ନୀ ନନି ଅନ୍ନାନ୍‌ ୧୯୯୮ ମସିହାରେ ‘ୱିନି ଦି ପୁହ’ଙ୍କୁ ସଂଯୁକ୍ତ ରାଷ୍ଟ୍ରର ବନ୍ଧୁତ୍ୱ ଦିବସପାଇଁ ‘ଗ୍ଲୋବାଲ୍ ଆମ୍ବାସାଡର’ ଭାବେ ଘୋଷଣା କରିଥିଲେ।
1

– ୨୦ ଜୁଲାଇ, ୧୯୫୮ ମସିହାରେ ପାରାଗୁଏର ଜଣେ ଡାକ୍ତର ରାମୋନ୍‌ ଆର୍ଟେମିଓପୁଏର୍ଟୋ ପନାସ୍କୋ ସହରର ଏକ ସ୍ଥାନରେ ନିଜ ବନ୍ଧୁମାନଙ୍କ  ଗହଣରେ ରାତ୍ରଭୋଜନ କରୁଥିବାବେଳେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରିବାର ଯୋଜନା ପ୍ରଥମେ କରିଥିଲେ। ସେବେଠାରୁ ପାରାଗୁଏ ଏବଂ ବ୍ରାଜିଲ୍‌ରେ ୨୦ ଜୁଲାଇକୁ ହିଁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି।

-ଭାରତ, ନେପାଳ, ବାଂଲାଦେଶ ଏବଂ ଉତ୍ତର ଆମେରିକାରେ ବନ୍ଧୁମାନଙ୍କୁରଙ୍ଗ ବେରଙ୍ଗର ବ୍ୟାଣ୍ଡ୍‌ ଓ ଫୁଲ ଭଳି ବିଭିନ୍ନ ଉପହାର ଦେଇବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ।

-ବନ୍ଧୁତ୍ୱ ଦିବସର ଇତିହାସ ବିଷୟରେ ମହାଗ୍ରନ୍ଥ ମହାଭାରତରେ ସୂଚନା ରହିଛି। ବନ୍ଧୁ ସୁଦାମା ଓ ଅନ୍ୟମାନେ ଦୀର୍ଘଯାତ୍ରା କରି ପହଞ୍ଚିବା ପରେ ଭଗବାନ ଶ୍ରୀକୃଷ୍ଣ ନିଜ ଅନ୍ତରଙ୍ଗ ସାଙ୍ଗମାନଙ୍କୁ ଭବ୍ୟ ସ୍ୱାଗତ ପାଇଁ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ। ମହାଭାରତରେ ଏହି ଆୟୋଜନକୁ ମଧ୍ୟ ବନ୍ଧୁତା ଦିବସ ପାଳନ ବୋଲି ବର୍ଣ୍ଣନା କରାଯାଇଛି।



from OdishaReporter https://ift.tt/2OcofbA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages