ବିଜେପି ସାଂସଦଙ୍କ କାର୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ବିଜେପି ସାଂସଦଙ୍କ କାର୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

accident

ହାଇଦ୍ରାବାଦ: ବିଜେପି ସାଂସଦ ଜି.ଭି.ଏଲ୍‌ ନରସିଂହ ରାଓଙ୍କ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତାନୁର ଅନ୍‌ଜାମ୍‌। ଏଥିସହ ଶୈଳେଜା ନାମକ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିଜୟୱାଡ଼ାର ଏକ   ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର କେଲାନୁକୋଣ୍ଡା ନିକଟ ଜାତୀୟ ରାଜପଥରେ।

ଦୁର୍ଘଟଣା ପରେ ପୁଲିସ୍‌ କାର୍‌କୁ ଜବତ କରିଛି। ଏହାସହ ଡ୍ରାଇଭରକୁ ଗିରଫ କରି ପଚରାଉଚରା କରୁଛି।

କାର୍‌ରେ ବସିଥିବା ସାଂସଦ ନରସିଂହ ରାଓ  ଦୁର୍ଘଟଣା ପରେ ଆହତମାନଙ୍କୁ ସାହାଯ୍ୟ କରିବା  ବଦଳରେ  ଅନ୍ୟ ଏକ ଗାଡ଼ିରେ ବସି ଚାଲିଯାଇଥିବା ଅଭିଯୋଗ ହୋଇଛି।

ଏନେଇ ସାଂସଦ ନରସିଂହ ରାଓ ଟ୍ୱିଟ୍‌ କରି କହିଛନ୍ତି,“ଦୁର୍ଘଟଣା ସମୟରେ ମୁଁ ଗାଡ଼ିର ପଛ ସିଟ୍‌ରେ ଶୋଇଥିଲି। ଘଟଣାସ୍ଥଳକୁ ପୁଲିସ୍‌ ଆସିବା ପର୍ଯ୍ୟନ୍ତ ମୁଁ ୪୫ ମିନିଟ୍‌ ଯାଏ ରହିଥିଲି। ଏହାପରେ ଆହତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲି। ମୃତ ମହିଳାଙ୍କୁ ଅନ୍ୟ ଏକ ଗାଡ଼ିରେ ଡାକ୍ତରଖାନା ଅଣାଯାଇଥିଲା। ମୃତ ମହିଳାଙ୍କ ପରିବାରକୁ ମୁଁ ସାକ୍ଷାତ କରିବି।”

ଆନ୍ଧ୍ରପ୍ରଦେଶ ଡିଜିପି କହିଛନ୍ତି,“ଦୁର୍ଘଟଣା ଘଟାଇଥିବା କାର୍‌ରେ ସାଂସଦ ବସିଥିଲେ। ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଗୁଣ୍ଟୁରରୁ ବିଜୟୱାଡ଼ା ଯାଥିଲେ। ୨ ଜଣ ମହିଳା ରାସ୍ତା ପାର ହେଉଥିବା ବେଳେ ସାଂସଦଙ୍କ କାର୍ ସେମାନଙ୍କୁ ଧକ୍କା ଦେଇଥିଲା।”



from Odisha Reporter https://ift.tt/2obGPWl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages