
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ହୋଇଯାଇଛି। ସେ ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି। ତାଙ୍କର ଅସ୍ଥିକୁ ଭାଗ ଭାଗ କରି ଉତ୍ତର ପ୍ରଦେଶର ସମସ୍ତ ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି।
ସର୍ବପ୍ରଥମେ ଆଜି ତାଙ୍କ ଅସ୍ଥିକୁ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରାଯିବ। ଏହା ପରେ ଅଟଳଙ୍କ ଅସ୍ଥିକୁ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାର ସମସ୍ତ ୧୬୩ଟି ନଦୀରେ ବିସର୍ଜନ କରାଯିବ।
ଉଲ୍ଲେଖଯୋଗ୍ୟ, କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇ ୯ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୧୬ ତାରିଖ ଅପରାହ୍ନ ୫ଟା ୫ ମିନିଟ୍ ସମୟରେ ଦିଲ୍ଲୀ ଏମ୍ସରେ ତାଙ୍କର ପରଲୋକ ଘଟିଥିଲା।
from Odisha Reporter https://ift.tt/2MCx2Xs
No comments:
Post a Comment