ନବରଙ୍ଗପୁର ଏସ୍‌ପିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ନବରଙ୍ଗପୁର ଏସ୍‌ପିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

dance

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି।

ଏହି ଦୁଇ କର୍ମଚରୀ ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ସେମାନେ ହେଲେ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା।  ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।

ଗତକାଲି ରବୀନ କୁମାର ଲିମାଙ୍କୁ ଏସ୍‌ପି ୧୦ ରାଉଣ୍ଡ ଦୌଡ଼ିବା ସହ ୫୦ ଥର ବସଉଠ ହେବାକୁ କହିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପ୍ରଥମେ ତାଙ୍କୁ ନରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଅନ୍ୟ ଜଣେ କର୍ମଚାରୀ ଦେବରାଜ ଚନ୍ଦା କହିଛନ୍ତି,“ଏସ୍‌ପି ସବୁବେଳେ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ।”

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏନେଇ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2wcSuYF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages