
ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ସାତକୋଶିଆରେ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’କୁ ମୁକ୍ତ କରାଯାଇଛି। ତାକୁ ସାତକୋଶିଆର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି।
ପିସିସିଏଫ୍ ଓ ଅତିରିକ୍ତ ପିସିସିଏଫ୍ ଏବଂ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସୁନ୍ଦରୀକୁ ଗତକାଲି ଅପରାହ୍ନରେ ଏନ୍କ୍ଲୋଜର୍ରୁ ମୁକ୍ତ କରାଯାଇଥିଲା।
ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ଅଣ୍ଡିରା ମହାବଳ ବାଘକୁ ଅଣାଯାଇ ସାତକୋଶିଆର ରାଇଗୋଡ଼ା ରେଞ୍ଜରେ ନିର୍ମିତ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଥିଲା।

ଜୁନ୍ ୨୮ ତାରିଖରେ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶରୁ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା। ତାକୁ ମଧ୍ୟ ଏନ୍କ୍ଲୋଜର୍ରେ ରଖାଯାଇଥିଲା।
ସେମାନଙ୍କ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଥିଲା। ପରିବେଶ ସହ ଖାପଖୁଆଇ ଚଳି ପାରିବ ବୋଲି ବନ ବିଭାଗ ଅନୁଭବ କରିବା ପରେ ଅଣ୍ଡିରା ମହାବଳ ବାଘକୁ ଜୁଲାଇ ୬ ତାରିଖରେ ସାତକୋଶିଆ ଜଙ୍ଗଲରେ ଛାଡ଼ିଥିଲା। ଆଉ ଗତକାଲି ସୁନ୍ଦରୀକୁ ମୁକ୍ତ କରାଯାଇଛି।
୩ଟି ପର୍ଯ୍ୟାୟରେ ତିନି ଯୋଡ଼ା ବାଘ ସାତକୋଶିଆ ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ସେହି କ୍ରମରେ ସାତକୋଶିଆ ଜଙ୍ଗଲରେ ପ୍ରଥମ ଯୋଡ଼ା ବାଘ-ବାଘୁଣୀ ଛଡ଼ା ଯାଇଛି।
from Odisha Reporter https://ift.tt/2nNykRn
No comments:
Post a Comment