ସୋନିଆଙ୍କ ଫୋନ୍‌ କଲ୍ ପ୍ରସଙ୍ଗରେ ଏମିତି କଥା କହିଥିଲେ ବାଜପେୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ସୋନିଆଙ୍କ ଫୋନ୍‌ କଲ୍ ପ୍ରସଙ୍ଗରେ ଏମିତି କଥା କହିଥିଲେ ବାଜପେୟୀ

atalsonia

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳମତ ନିର୍ବିଶେଷରେ ସମସ୍ତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭଲ ପାଆନ୍ତି ଓ ଶ୍ରଦ୍ଧା କରନ୍ତି। ୯୩ ବର୍ଷରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି ଓ ସେ ପଞ୍ଚଭୂତରେ ବିଲୀନ ହୋଇ ସାରିଛନ୍ତି। ସବୁ ରାଜନୀତିକ ଦଳର ଲୋକେ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି।

ବାଜପେୟୀଙ୍କ ବିୟୋଗ ପରେ ଗତକାଲି ଇଂରାଜୀ ଖବର କାଗଜ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରଣବ ମୂଖାର୍ଜୀଙ୍କର ଏକ ଲେଖା ପ୍ରକାଶିତ ହୋଇଥିଲା। ଏଥିରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ଓ ସେ କିପରି ସମସ୍ତଙ୍କୁ ନେଇ କାମ କରିବାକୁ ଭଲ ପାଉଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ।

atal

ଏଥିରେ ସେ ଏକ ଘଟଣା ସଂପର୍କରେ ଲେଖିଛନ୍ତି। ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ବେଳେ ତତ୍‌କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦ ଭବନରେ ଉପସ୍ଥିତ ନ ଥିଲେ। ପରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଫୋନ୍ କରିଥିଲେ ଓ ସେ ଠିକ୍ ଅଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ।

ପ୍ରଣବ ଲେଖିଛନ୍ତି, ସୋନିଆ ଗାନ୍ଧୀଙ୍କ ଏହି ଫୋନ୍ କଲ୍‌ କଥା ଅଟଳ ବିହାରୀ ବାଜପେୟୀ ଗୃହରେ ମଧ୍ୟ ଉଠାଇଥିଲେ। ଏହାର ଉଦାହରଣ ଦେଇ ସେ କହିଥିଲେ, ଏକ ବିପଦ ସମୟରେ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ସେ ଠିକ୍ ଅଛନ୍ତି କି ନାହିଁ ପଚାରି ବୁଝିବା ଅର୍ଥ  ଭାରତୀୟ ଗଣତନ୍ତ୍ର ସୁରକ୍ଷିତ ରହିଛି।

ଅଟଳ ବିହାରୀ ବାଜପେୟୀ ଗଣତନ୍ତ୍ରର ଜଣେ ପ୍ରକୃତ ପ୍ରବକ୍ତା ଥିଲେ ବୋଲି ପ୍ରଣବ ମୂଖାର୍ଜୀ ଲେଖିଛନ୍ତି।



from Odisha Reporter https://ift.tt/2Pk1XpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages