ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ; ଶ୍ରୀବିହାର ଅଞ୍ଚଳରେ ନର୍ଦ୍ଦମା ପାଣିର ସୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ; ଶ୍ରୀବିହାର ଅଞ୍ଚଳରେ ନର୍ଦ୍ଦମା ପାଣିର ସୁଅ

swarej

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଗଣିତ ଶ୍ରୀବିହାର ରାସ୍ତାରେ ଏବେ ନର୍ଦ୍ଦମା ପାଣିର ସୁଅ ଛୁଟିଛି। ଲାଭା ଉଦ୍‌ଗୀରଣ ହେଲା ଭଳି ଦୀର୍ଘ ଏକ ମାସ ହେଲା ଏଠି ଅନବରତ ଏକ ସ୍ୱେରେଜ୍‌ ଲାଇନ୍‌ରୁ ନର୍ଦ୍ଦମା ପାଣି ବାହାରି ରାସ୍ତାରେ ଢେଉ ମାରୁଛି। ପରିବେଶ ଏମିତି ଦୁର୍ଗନ୍ଧମୟ ହୋଇଛି ଯେ, ବେଳେ ବେଳେ ସେଠାରେ ଠିଆ ହେବା ମୁସ୍କିଲ୍‌ ହୋଇପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍କୁଲ୍‌ ପିଲା ଯିବା ଆସିବା କରୁଛନ୍ତି। ଏହି ରାସ୍ତାରେ ପଡ଼ି ଅନେକ ସମୟରେ ଛୋଟ ଛୋଟ ପିଲା ଆହତ ମଧ୍ୟ ହେଲେଣି। ସ୍ୱେରେଜ୍‌ ଲାଇନ୍‌ ଜାମ୍‌ ହୋଇ ଏପରି ହୋଇଥିଲେ ମଧ୍ୟ କେହି ଏ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି। ଲୋକେ ଯେତେ ଛାଟିପିଟି ହେଲେ ବି କେହି ଶୁଣିବାକୁ ନାରାଜ। ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହୋଇଛି।

 



from Odisha Reporter https://ift.tt/2wmGMe9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages