ବିଜେଡି ନେତାଙ୍କ ରଙ୍ଗୀନ୍ ଗେଷ୍ଟ୍‌ହାଉସ୍: ଯୁବନେତା ଓ ଅଫିସରଙ୍କ ପାଇଁ ଆୟୋଜନ ହେଉଛି ସୁରାସାକିର ଆସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ବିଜେଡି ନେତାଙ୍କ ରଙ୍ଗୀନ୍ ଗେଷ୍ଟ୍‌ହାଉସ୍: ଯୁବନେତା ଓ ଅଫିସରଙ୍କ ପାଇଁ ଆୟୋଜନ ହେଉଛି ସୁରାସାକିର ଆସର

ଚର୍ଚ୍ଚା ହେଉଛି, ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଏହି ସ୍ଥାନରେ ଥିବା ଉକ୍ତ ନେତାଙ୍କ ଗେଷ୍ଟହାଉସ୍‌ରେ କୁଆଡ଼େ ସବୁପ୍ରକାରର ଦୁଇନମ୍ବର କାର୍ଯ୍ୟ ଚାଲେ। କିଛି ଅଫିସର୍ ଓ ଯୁବନେତା କୁଆଡ଼େ ଏହି ଗେଷ୍ଟ ହାଉସର ନିୟମିତ ଗ୍ରାହକ। ପୁଲିସ୍ ପାଖରେ ଏନେଇ ନିର୍ଦ୍ଦିଷ୍ଟ ଖବର ଥିଲେ ମଧ୍ୟ ସମ୍ପୃକ୍ତ ନେତାଙ୍କ ଭୟରେ ସେଠାରେ ଚଢ଼ଉ ହୁଏନି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ମାଲିକାନାରେ ଥିବା ରାଜଧାନୀର ଏକ ଗେଷ୍ଟ ହାଉସରେ କୁଆଡ଼େ ଖାସ୍ ଟ୍ରିଟ୍‌ମେଣ୍ଟ ବ୍ୟବସ୍ଥା ହେଉଛି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସମ୍ପୃକ୍ତ ବିଜେଡି ନେତା ନିଜର ଜଣେ ବିଶ୍ୱସ୍ତ ଅନୁଗତଙ୍କ ମାଧ୍ୟମରେ କୁଆଡ଼େ ଏହି ହୋଟେଲ୍-କମ୍-ଗେଷ୍ଟହାଉସ୍ ବୁଝାସୁଝା କରୁଛନ୍ତି। ଆଉ ଏହି ଅନୁଗତଙ୍କ ମାଧ୍ୟମରେ ହିଁ ନେତାଜଣକ କୁଆଡ଼େ ନିଜର ସମସ୍ତ କଳାଟଙ୍କାକୁ ବିନିଯୋଗ କରୁଛନ୍ତି। ଏହି ନେତାଙ୍କର ରାଜଧାନୀରେ କୁଆଡ଼େ ଗୋଟିଏ ଅତ୍ୟାଧୁନିକ ପ୍ରିଣ୍ଟିଂ ପ୍ରେସ୍ ଓ ଗୋଟିଏ ଛୋଟଧରଣର ହୋଟେଲ ବି ରହିଛି।

ଚର୍ଚ୍ଚା ହେଉଛି, ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଏହି ସ୍ଥାନରେ ଥିବା ଉକ୍ତ ନେତାଙ୍କ ଗେଷ୍ଟହାଉସ୍‌ରେ କୁଆଡ଼େ ସବୁପ୍ରକାରର ଦୁଇନମ୍ବର କାର୍ଯ୍ୟ ଚାଲେ। କିଛି ଅଫିସର୍ ଓ ଯୁବନେତା କୁଆଡ଼େ ଏହି ଗେଷ୍ଟ ହାଉସର ନିୟମିତ ଗ୍ରାହକ। ପୁଲିସ୍ ପାଖରେ ଏନେଇ ନିର୍ଦ୍ଦିଷ୍ଟ ଖବର ଥିଲେ ମଧ୍ୟ ସମ୍ପୃକ୍ତ ନେତାଙ୍କ ଭୟରେ ସେଠାରେ ଚଢ଼ଉ ହୁଏନି।

ସେହିପରି କଟକ ରୋଡ ଅଞ୍ଚଳରେ ଥିବା ଏହି ନେତାଙ୍କର ପ୍ରିଣ୍ଟିଂ ପ୍ରେସ୍‌ରେ କୁଆଡ଼େ ବିଜେଡିର ବିଭିନ୍ନ ଦଳୀୟ ପ୍ରଚାରପତ୍ରଠୁ ଆରମ୍ଭ କରି ସମସ୍ତ ଛପା କାର୍ଯ୍ୟ ହୋଇଥାଏ। ଅବଶ୍ୟ ଏହି ହୋଟେଲ, ଗେଷ୍ଟ ହାଉସ୍ କି ପ୍ରିଣ୍ଟିଂ ପ୍ରେସକୁ କୁଆଡ଼େ ଦିନଟିଏ ବି ସମ୍ପୃକ୍ତ ଯୁବନେତା ଯାଇନାହାନ୍ତି।

ଶୁଣିବାକୁ ମିଳୁଛି, ବାବୁଙ୍କ ଗେଷ୍ଟହାଉସ୍‌ରେ ନିୟମିତ ଚାଲୁଥିବା ସୁରାସାକିର ଆସର କଥା କୁଆଡ଼େ ଗତ କିଛିବର୍ଷ ତଳେ ଜଣେ ପୁଲିସ୍ ଅଫିସର ପଦାରେ ପକାଇ ଦେବାରୁ ତାଙ୍କୁ ନେତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ିଥିଲା। ସେହି ପୁଲିସ୍ ଅଫିସରଙ୍କ ଅବସ୍ଥା ଏଭଳି ହେଲା ଯେ ସିଏ ଆଉ ଚାହିଁଲେ ବି ଭୁବନେଶ୍ୱର ଫେରି ପାରୁନାହାନ୍ତି।

ଶୁଣିବାକୁ ମିଳୁଛି, ବାବୁଙ୍କ ଗେଷ୍ଟହାଉସ୍‌ରେ ନିୟମିତ ଚାଲୁଥିବା ସୁରାସାକିର ଆସର କଥା କୁଆଡ଼େ ଗତ କିଛିବର୍ଷ ତଳେ ଜଣେ ପୁଲିସ୍ ଅଫିସର ପଦାରେ ପକାଇ ଦେବାରୁ ତାଙ୍କୁ ନେତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ିଥିଲା। ସେହି ପୁଲିସ୍ ଅଫିସରଙ୍କ ଅବସ୍ଥା ଏଭଳି ହେଲା ଯେ ସିଏ ଆଉ ଚାହିଁଲେ ବି ଭୁବନେଶ୍ୱର ଫେରି ପାରୁନାହାନ୍ତି। ଏପରିକି ସରକାରୀ ବ୍ୟବସ୍ଥାରେ ତାଙ୍କ ପ୍ରତି ବଢ଼ୁଥିବା ଆକ୍ରୋଶ କୁଆଡ଼େ ଏବେ ତାଙ୍କୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ କରିଥିବା ଚର୍ଚ୍ଚା।

ସମ୍ପୃକ୍ତ ନେତାଙ୍କର ଖାସ୍ ଟ୍ରିଟ୍‌ମେଣ୍ଟ ମିଳୁଥିବା ଗେଷ୍ଟହାଉସ୍ ଓ ପ୍ରିଣ୍ଟିଙ୍ଗ୍ ପ୍ରେସରେ ପ୍ରଚୁର ଅର୍ଥ ବିନିଯୋଗ ହୋଇଥିବା ଓ ହୋଟେଲରେ ଚାଲିଥିବା କାରବାରର ଖବର ତୃତୀୟ ମହଲାର ବାବୁଙ୍କ ପାଖରେ ଅଛି କି ନାହିଁ, ତା’କୁ ନେଇ ଏବେ ଦଳୀୟ ମହଲରେ ଚାଲିଛି ଚର୍ଚ୍ଚା ।



from Odisha Reporter https://ift.tt/2wp8Duf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages