
ନୂଆଦିଲ୍ଲୀ: ଉତ୍ତର ରେଲୱେର ନୂଆ ସମୟ ତାଲିକା ଅନୁସାରେ ୩୦୦ରୁ ଅଧିକ ଟ୍ରେନ୍ର ଯିବା ଆସିବା ସମୟର ପରିବର୍ତ୍ତନ କରାଯାଇଛି। ଏହି ସମୟ ତାଲିକା ୧୫ ଅଗଷ୍ଟରୁ କାର୍ଯ୍ୟକାରୀ ହେବ।
ଯଦି ଆପଣ ଉତ୍ତର ରେଲୱେରେ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ହେଲ୍ପ ଲାଇନ୍ ନମ୍ୱର ୧୩୯କୁ ଫୋନ୍ କରି ନିଜ ଟ୍ରେନ୍ର ଟାଇମିଂ ଜାଣିପାରିବେ।
ଉତ୍ତର ରେଲୱେ ଅଧିକାରୀଙ୍କ ଅନୁସାରେ, ୫୭ଟି ଟ୍ରେନ୍ର ପ୍ରସ୍ଥାନ ନିର୍ଦ୍ଧାରିତ ସମୟଠାରୁ ପୂର୍ବରୁ ହେବ। ସେହିପରି ୫୮ଟି ଟ୍ରେନ୍ର ପ୍ରସ୍ଥାନ ସମୟକୁ ଆଗକୁ ବଢ଼ାଯାଇଛି। ଏହା ବ୍ୟତୀତ ୧୦୨ଟି ଟ୍ରେନ୍ର ଆଗମନ ସମୟକୁ ନିର୍ଦ୍ଧାରିତ ସମୟଠାରୁ ପୂର୍ବରୁ କରାଯାଇଛି ଓ ୮୪ଟି ଟ୍ରେନ୍ର ସମୟକୁ ଆଗକୁ ବଢ଼ାଯାଇଛି।
ଯାତ୍ରା କରିବା ପୂର୍ବରୁ ନୂଆ ସମୟ ତାଲିକାକୁ ଯାଞ୍ଚ କରିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
from OdishaReporter https://ift.tt/2KMO2oU
No comments:
Post a Comment