କମୁନି ମୀରାବାଈଙ୍କ ପିଠି ଯନ୍ତ୍ରଣା: ଏସିଆନ୍‌ ଗେମସ୍‌ରେ ଭାଗ ନେବା ନେଇ ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

କମୁନି ମୀରାବାଈଙ୍କ ପିଠି ଯନ୍ତ୍ରଣା: ଏସିଆନ୍‌ ଗେମସ୍‌ରେ ଭାଗ ନେବା ନେଇ ଆଶଙ୍କା

mirabai_chanu

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍‌ ଭାରୋତ୍ତଳକ ମୀରାବାଈ ଚାନୁଙ୍କ ପିଠି ଯନ୍ତ୍ରଣା କମିବାର ନା ନେଉନାହିଁ। ଫଳରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍‌ ଗେମସ୍‌ରେ ସେ ଭାଗନେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ମୁଖ୍ୟକୋଚ୍‌ ବିଜୟ ଶର୍ମା ମୀରାବାଈଙ୍କ ଫିଟ୍‌ନେସ୍‌କୁ ଦୃଷ୍ଟିରେ ରଖି ଏସିଆନ୍‌ ଗେମସ୍‌ ନଯିବାକୁ ପରାମର୍ଶ ଦେଇଛନ୍ତି। ମୀରାବାଈ ଏସିଆନ୍‌ ଗେମସ୍‌ ବଦଳରେ ଚଳିତବର୍ଷ ହେବାକୁ ଥିବା ଅଲମ୍ପିକ୍‌ କ୍ୱାଲିଫାୟର ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମେ’ ମାସରୁ ପିଠିର ତଳଭାଗରେ ଯନ୍ତ୍ରଣା ଭୋଗୁଛନ୍ତି ମୀରାବାଈ। ଯନ୍ତ୍ରଣା କମିବା ପରେ ଗତ ସପ୍ତାହରେ ସେ ଅଭ୍ୟାସ୍‌ ଆରମ୍ଭ କରିଥିଲେ। ହେଲେ ଭାର ଉଠାଇବା କ୍ଷଣି ଯନ୍ତ୍ରଣା ପୁଣି ଆରମ୍ଭ ହୋଇଯାଇଥିଲା।

ବିଜୟ କହିଛନ୍ତି, “ମୀରାବାଈଙ୍କ ପିଠିରେ ପୁଣି ଯନ୍ତ୍ରଣା ଆରମ୍ଭ ହୋଇଛି। ସେ କୌଣସି ପ୍ରକାରର ସମସ୍ୟାରେ ପଡ଼ନ୍ତୁ, ଆମେ ଚାହୁଁନାହୁଁ। ଏନେଇ ମହାସଂଘକୁ ରିପୋର୍ଟ ପଠାଇ ଦେଇଛି। ଏବେ ସଂଘ ନିଷ୍ପତ୍ତି ନେବ।”

ସେ ଆହୁରି କହିଛନ୍ତି, “ମୋ ମତରେ ଏତେ କମ୍‌ ସମୟରେ ମୀରା ଅଧିକ ଓଜନ ଉଠାଇବା ଠିକ୍‌ ନୁହେଁ। ଅଲମ୍ପିକ୍‌ କ୍ୱାଲିଫାୟର ପାଇଁ କମ୍‌ ସମୟ ବାକି ଅଛି ଓ ଏହା ଏସିଆନ୍‌ ଗେମସ୍‌ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।”



from OdishaReporter https://ift.tt/2OOe6TP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages