
ପୁରୀ(ମଧୂସୁଦନ ମିଶ୍ର): ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଯାଇଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ବୋହୁଛି। ଖାଲି ବଡଦାଣ୍ଡ କାହିଁକି, ଗୁଣ୍ଡିଚା ମନ୍ଦିର ଓ ବେଳାଭୂମୀ ଆଦି ସ୍ଥାନ ବର୍ଷା ପାଣିରେ ବୁଡ଼ି ରହିଛି।
ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି।ମେଡିକାଲ ଛକ, ମାଟିତୋଟା ଆଦି ଅଞ୍ଚଳରେ ଅବସ୍ଥା ମଧ୍ୟ ଉଦବେଗଜନକ ରହିଛି। ଗତକାଲିଠୁ ପୁରୀରେ ୩୯୪ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ଲୋକେ ବହୁତ ହଇରାଣ ହରକତ ହୋଇଛନ୍ତି।
from OdishaReporter https://ift.tt/2KAfPsr

No comments:
Post a Comment