ସୂର୍ଯ୍ୟପରାଗ ସମୟରେ ଏସବୁ କାର୍ଯ୍ୟ ମନା; ତା’ପୂର୍ବରୁ ଓ ପରେ କରନ୍ତୁ ଏସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ସୂର୍ଯ୍ୟପରାଗ ସମୟରେ ଏସବୁ କାର୍ଯ୍ୟ ମନା; ତା’ପୂର୍ବରୁ ଓ ପରେ କରନ୍ତୁ ଏସବୁ କାମ

solar

ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଆଜି ହେବ। ଏହା ଆଂଶିକ ସୂର୍ଯ୍ୟପରାଗ ହେବ। ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍‌ ରହିବ। ଭାରତୀୟ ସମୟାନୁସାରେ ଏହା ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ।

ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ପରି ସୂର୍ଯ୍ୟପରାଗ ସମୟରେ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ। ତେଣୁ ଆଜି ସୂର୍ଯ୍ୟପରାଗ ସମୟରେ ଆପଣ କ’ଣ କରିବେ ନାହିଁ ସେ ବିଷୟରେ ଜାଣନ୍ତୁ। ତା’ସହିତ ସୂର୍ଯ୍ୟପରାଗ ପୂର୍ବରୁ ଓ ଏହା ପରେ କ’ଣ କରିବା ଉଚିତ୍, ସେ ବିଷୟରେ ମଧ୍ୟ ଜାଣନ୍ତୁ।

ସୂର୍ଯ୍ୟପରାଗ ପୂର୍ବରୁ ଏହି ୩ଟି କାମ କରନ୍ତୁ

୧) ଘରେ ଯଦି କ୍ଷୀର ବା ଦହି ଜାତୀୟ କିଛି ଖାଦ୍ୟ ଅଛି, ତେବେ ସୂର୍ଯ୍ୟପରାଗ ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ଏହି ଖାଦ୍ୟରେ ଏହାର ପ୍ରଭାବ ପଡ଼େ ନାହିଁ।

୨) ସୂର୍ଯ୍ୟପରାଗ ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ। ବଳକା ଖାଦ୍ୟକୁ ଫିଙ୍ଗି ଦିଅନ୍ତୁ।

୩) ବିଶ୍ରାମ ନେବାକୁ ଚାହୁଁଥିଲେ ସୂର୍ଯ୍ୟପରାଗ ପୂର୍ବରୁ ବିଶ୍ରାମ ନିଅନ୍ତୁ।

ସୂର୍ଯ୍ୟପରାଗରେ ଏସବୁ କାମ କରନ୍ତୁ ନାହିଁ

୧) ମୂର୍ତ୍ତି ପୂଜା କରନ୍ତୁ ନାହିଁ।

୨) ସୂର୍ଯ୍ୟପରାଗ ସମୟରେ ତୁଳସୀ ପତ୍ରକୁ ଛୁଅନ୍ତୁ ନାହିଁ।

୩) ରୋଷେଇ କରନ୍ତୁ ନାହିଁ କି ଖାଦ୍ୟ ଖାଆନ୍ତୁ ନାହିଁ।

୪) ଏହି ସମୟରେ ଶୁଅନ୍ତୁ ନାହିଁ।

ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୩ଟି କାମ

୧) ସୂର୍ଯ୍ୟପରାଗ ସରିବା ପରେ ସର୍ବପ୍ରଥମେ ଗାଧାନ୍ତୁ।

୨) ତୁଳସୀ ଚଉରାରେ ଗଙ୍ଗା ଜଳ ଛିଞ୍ଚନ୍ତୁ।

୩) ଗରିବ ଲୋକଙ୍କୁ ଦାନ ଦିଅନ୍ତୁ।



from OdishaReporter https://ift.tt/2MC4fit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages