ସ୍କଲାର୍‌ଶିପ୍‌ ଟଙ୍କାରେ ୧୪ କଏଦୀଙ୍କୁ ଜେଲ୍‌ରୁ ମୁକୁଳାଇବେ ଭୋପାଳର ଏହି ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସ୍କଲାର୍‌ଶିପ୍‌ ଟଙ୍କାରେ ୧୪ କଏଦୀଙ୍କୁ ଜେଲ୍‌ରୁ ମୁକୁଳାଇବେ ଭୋପାଳର ଏହି ଛାତ୍ର

ayush

ଭୋପାଲ : ଜେଲ୍‌ରେ ନିଜ ସଜା କାଟିବା ପରେ ଜରିମାନା ଦେଇ ନ ପାରିବା କାରଣରୁ ଅନେକ କଏଦୀ ଏପର୍ଯ୍ୟନ୍ତ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। କିନ୍ତୁ ଏବେ ଭୋପାଲରେ ରହୁଥିବା ୧୪ ବର୍ଷର ଛାତ୍ର ଆୟୁଷ୍‌ ସେମାନଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି।

ଆୟୁଷ୍‌ ଭୋପାଳର ଶିବାଜୀ ନଗରରେ ରହନ୍ତି। ସେ ଏବର୍ଷର ଅଗଷ୍ଚ ୧୫ ପାଇଁ ଏପରି କାମ କରିଛନ୍ତି, ଯାହା କେବଳ ତାଙ୍କ ବୟସର ପିଲା କାହିଁକି, ବୟସ୍କ ଲୋକମାନେ ମଧ୍ୟ ଚିନ୍ତା କରିପାରିବେ ନାହିଁ।

ଦଶମ ଶ୍ରେଣୀର ଛାତ୍ର ଆୟୁଷ୍‌ ଇନ୍ଦୋର୍‌ ଏବଂ ଭୋପାଲରେ ଜେଲ୍‌ରେ ରହୁଥିବା ୧୪ କଏଦୀ ଓ ସେମାନଙ୍କ ପରିବାରବର୍ଗ ପାଇଁ ଖୁସିର କାରଣ ସାଜିଛନ୍ତି। ତାଙ୍କୁ ସ୍କଲାର୍‌ଶିପ୍‌ରେ ମିଳିଥିବା ଟଙ୍କାଙ୍କୁ ସେ ଏହି କଏଦୀମାନଙ୍କୁ ଦାନ କରିଛନ୍ତି।

ସେହି କଏଦୀଙ୍କର ସଜାର ସମୟ ସରି ଯାଇଥିଲେ ମଧ୍ୟ ଜରିମାନା ଦେଇ ନ ପାରିବା କାରଣରୁ ସେମାନେ ଜେଲ୍‌ରୁ ମୁକୁଳି ପାରୁ ନଥିଲେ।

ଆୟୁଷ୍‌ ତାଙ୍କୁ ସ୍କଲାର୍‌ଶିପ୍‌ରୁ ମିଳିଥିବା ୨୭ ହଜାର ଟଙ୍କା କଏଦୀଙ୍କ ବାକିଥିବା ଜରିମାନା ବାବଦକୁ ଦେଇଛନ୍ତି। ୧୫ ଅଗଷ୍ଟ ସକାଳେ ସେହି କଏଦୀମାନଙ୍କୁ ମୁକ୍ତ କରାଯିବ।

୨୦୧୬ରେ ଭୋପାଲ ଜେଲ୍‌ରେ ହୋଇଥିବା ଜେଲବ୍ରେକ ଘଟଣାରେ ଦୀର୍ଘ ଦିନ ଧରି ଜେଲରେ ବନ୍ଦୀ ଥିବା କିଛି କଏଦୀ ଖସି ଯାଇଥିଲେ ଓ ଏଥିରେ ଜଣେ କନଷ୍ଟେବଲଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ଆୟୁଷ୍‌ ସେଠାରେ ଜରିମାନା ଭରଣା କରିନପାରି ଅଟକ ଥିବା ବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚିନ୍ତା କରିଥିଲେ।

ଭୋପାଲ ଜେଲ୍‌ର ଡିଜି ସଞ୍ଜୟ ଚୌଧୁରୀଙ୍କ କହିବା ଅନୁସାରେ ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ଜରିମାନା ଭରଣା କରି କଏଦୀମାନଙ୍କୁ ମୁକ୍ତ କରୁଛନ୍ତି। କିନ୍ତୁ ୧୪ ବର୍ଷର ବାଳକ ଆୟୁଷ୍‌ଙ୍କ ଏହି କାମ ବାସ୍ତବରେ ପ୍ରଶଂସାଯୋଗ୍ୟ।

ଆୟୁଷ୍‌ର କହିବା ଅନୁସାରେ, ସେ ଭବିଷ୍ୟତରେ ଏହିପରି ସମସ୍ୟାରେ ପଡ଼ିଥିବା କଏଦୀଙ୍କୁ ସାହାଯ୍ୟ କରିବେ। ଏହା ପୂର୍ବରୁ, ଚଳିତ ବର୍ଷ ୨୬ ଜାନୁଆରୀରେ ଆୟୁଷ୍‌ ୪ ଜଣ କଏଦୀଙ୍କୁ ମୁକ୍ତ କରାଇବାରେ ସାହାଯ୍ୟ କରିସାରିଛନ୍ତି। ଭଲ ପାଠ ପଢ଼ୁଥିବା ଆୟୁଷ୍‌କୁ ୨୦୧୬ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସମ୍ମାନିତ କରିଥିଲେ।



from OdishaReporter https://ift.tt/2B9Zk75

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages