ଏକ କାଳୀନ ନିର୍ବାଚନକୁ ନେଇ ମୁହଁ ଖୋଲିଲେ ସିଇସି: ଏବେ ଗୋଟିଏ ଦେଶ, ଗୋଟିଏ ଭୋଟ୍‌ ଅସମ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଏକ କାଳୀନ ନିର୍ବାଚନକୁ ନେଇ ମୁହଁ ଖୋଲିଲେ ସିଇସି: ଏବେ ଗୋଟିଏ ଦେଶ, ଗୋଟିଏ ଭୋଟ୍‌ ଅସମ୍ଭବ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏକକାଳୀନ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ଏ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଓପି ରାୱତ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, ଦେଶରେ ଏକକାଳୀନ ନିର୍ବାଚନ ବର୍ତ୍ତମାନ ସ୍ଥିତିରେ ଅସମ୍ଭବ। ଏକକାଳୀନ ନିର୍ବାଚନ କରିବାକୁ ହେଲେ ସମ୍ବିଧାନରେ ପ୍ରଚଳିତ ଆଇନ୍‌କୁ ସଂଶୋଧନ କରିବାକୁ ପଡ଼ିବ। ସେହିପରି ଏକକାଳୀନ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ ନାହିଁ। ଏତେ ସଂଖ୍ୟାରେ ଭୋଟ୍‌ ସରଞ୍ଜାମ ଯୋଗାଡ଼ ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ରାୱତ୍‌ କହିଛନ୍ତି “ ଯଦି କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚାହୁଁଛନ୍ତି,ତା’ହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ୧୧ଟି ରାଜ୍ୟରେ ଏକକାଳୀନ୍‌ ଭୋଟ୍ ଗ୍ରହଣ  ପାଇଁ  ଆବଶ୍ୟକ ସଂଖ୍ୟକ ଇଭିଏମ୍‌ କିମ୍ବା ଭିଭିପ୍ୟାଟ୍‌ ମେସିନ ଆମ ପାଖରେ ନାହିଁ। ଏହାକୁ ନିର୍ମାଣ ପାଇଁ ଢେର ସମୟ ଲାଗିବ। ଏକକାଳୀନ ନିର୍ବାଚନ ହେବ କି ନାହିଁ କିମ୍ବା ଭିଭିପ୍ୟାଟ୍‌ ଓ ଇଭିଏମ୍‌ ମେସିନ୍‌ ବରାଦ୍‌ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ଦୁଇରୁ ତିନି ମାସ ମଧ୍ୟରେ ଚୂଡ଼ାନ୍ତ ହେବ। ବାସ୍ତବତା ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର।”
ବିଜେପି ଆସନ୍ତାବର୍ଷ ଲୋକସଭା ପାଇଁ ସାଧାରଣ ନିର୍ବାଚନ ସହ ୧୧ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ କରିବାକୁ ଉଦ୍ୟମ ଆରମ୍ଭ କରିଥିବାର ସୂଚନା ମିଳିବା ପରେ ସିଇସି ଏଭଳି ପ୍ରତିକ୍ରିୟା ରଖିଛନ୍ତି।


from OdishaReporter https://ift.tt/2P9s2rQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages