ବିଜୟ ମାଲ୍ୟାଙ୍କୁ ଜେଲ୍‌ରେ ମିଳିବ ଏସବୁ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ବିଜୟ ମାଲ୍ୟାଙ୍କୁ ଜେଲ୍‌ରେ ମିଳିବ ଏସବୁ ସୁବିଧା

vijay

ନୂଆଦିଲ୍ଲୀ: ସିବିଆଇ ଲଣ୍ଡନର ଏକ କୋର୍ଟକୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ର ଏକ ୮ ମିନିଟ୍‌ର ଭିଡିଓ ଦେଇଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ କରି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଗଲେ ଏଭଳି ଜେଲ୍‌ରେ ରଖାଯିବ ବୋଲି ଏହି ଭିଡିଓରେ ଦର୍ଶାଯାଇଛି।

ଏହି ଭିଡିଓରେ ଆର୍ଥର ରୋଡ୍ ଜେଲ୍‌ର ବ୍ୟାରେକ୍‌ ନମ୍ବର ୧୨କୁ ଦେଖାଯାଇଛି। ବିଜୟ ମାଲ୍ୟାଙ୍କୁ ଭାରତ ଅଣାଗଲେ ଏଥିରେ ଯେଉଁ ସବୁ ସୁବିଧା ଅଛି, ସେ ସବୁ ସୁବିଧା ଦିଆଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ଆର୍ଥର ରୋଡ୍ ଜେଲ୍‌ର ବ୍ୟାରେକ୍‌ ନମ୍ବର ୧୨ରେ ଟିଭି ଅଛି। ବ୍ୟକ୍ତିଗତ ଟଏଲେଟ୍ ଅଛି। ବୁଲାବୁଲି କରିବାକୁ ଜାଗା ଅଛି। ସଫା ବେଡ୍ ଓ କମ୍ବଳ ମଧ୍ୟ ଅଛି।

ବିଜୟ ମାଲ୍ୟାଙ୍କୁ ପଢ଼ାପଢ଼ି କରିବା ପାଇଁ ଲାଇବ୍ରେରୀର ସୁବିଧା ବି ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ବ୍ୟାରେକ୍‌ର ପୂର୍ବ ଦିଗରେ ଝରକା ଅଛି। ଏହା ମଧ୍ୟ ଦେଇ ସୂର୍ଯ୍ୟ କିରଣ ଭିତରକୁ ଆସେ।

ଇଂଲଣ୍ଡର ଉକ୍ତ କୋର୍ଟକୁ କୁହାଯାଇଛି ଯେ ଏହି ବ୍ୟାରେକ୍‌ ଏକ ଅଲଗା ପଡ଼ିଆରେ ଅଛି। ଏଠାରେ କେବଳ ୬ ଜଣ କଏଦୀଙ୍କୁ ରଖିବାକୁ ବ୍ୟବସ୍ଥା ଅଛି। ଏଠାରେ କଏଦୀଙ୍କ ଭିଡ଼ ନାହିଁ।

ସୂଚନାଯୋଗ୍ୟ, ବିଜୟ ମାଲ୍ୟା କୋର୍ଟରେ ଅଭିଯୋଗ କରିଥିଲେ ଯେ ଭାରତରେ ଥିବା ଜେଲ୍‌ଗୁଡ଼ିକ ରହିବା ଅନୁପଯୋଗୀ। ଜେଲ୍‌ କଠୋରୀଗୁଡ଼ିକରେ ସୂର୍ଯ୍ୟ କିରଣ ପଡ଼େ ନାହିଁ।

ଏହା ପରେ ଜୁଲାଇ ୩୧ରେ କୋର୍ଟ ଭାରତୀୟ ତଦନ୍ତକାରୀ ଅଧିକାରୀମାନଙ୍କୁ ଭାରତର ଏକ ଜେଲ୍‌ର ଭିଡିଓ ଦେଖାଇବାକୁ କହିଥିଲେ ଯେଉଁଠାରେ ବିଜୟ ମାଲ୍ୟାଙ୍କୁ ରଖାଯାଇପାରିବ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ ହେବ।



from Odisha Reporter https://ift.tt/2NmLpvS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages