ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍

rashmiranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି।

୨୦୧୮-୧୯ ରଣଜୀ ସିଜିନ୍ ପାଇଁ ସେ କୋଚ୍ ହୋଇଛନ୍ତି। ସେ ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି।

ପୂର୍ବରୁ ଦେବାଶିଷ ମହାନ୍ତି ଓଡ଼ିଶା କ୍ରିକେଟ ଦଳର କୋଚ୍ ଥିଲେ। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ଟିମ୍‌ର କୋଚ୍ ପଦ ଖାଲିଥିଲା।

କୁଳମଣି ପରିଡ଼ାଙ୍କୁ ରାଜ୍ୟ ଚୟନକର୍ତ୍ତା ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ରଶ୍ମିରଞ୍ଜନ ପରିଡ଼ା ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳିଥିଲେ। ତା’ପରେ ୨୦୦୮ ରୁ ୨୦୦୯ ପର୍ଯ୍ୟନ୍ତ ଆସାମ, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ, ୨୦୧୩ରୁ ୨୦୧୪ ବିଦର୍ଭ ଓ ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ଖେଳିଥିଲେ।

୨୦୦୧ରେ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।



from Odisha Reporter https://ift.tt/2BLuhyL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages