ସ୍ମାର୍ଟ ସିଟିରେ ଡ୍ରାନ୍ସ ବାର୍‌ ନାଁରେ ଚାଲିଛି ଦେହ ବ୍ୟବସାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ସ୍ମାର୍ଟ ସିଟିରେ ଡ୍ରାନ୍ସ ବାର୍‌ ନାଁରେ ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଯେତିକି ସ୍ମାର୍ଟ ହେଉଛି ସେତିକି ନୂଆ ଢଙ୍ଗରେ ବଢୁଛି ଆପରାଧିକ କାର୍ଯ୍ୟକଳାପ। ଚୋରାରେ ଚାଲିଛି ଡାନ୍ସ ବାର ଓ ମଦ କରବାର। ପୋଲିସର ଅନୁମତି ନ ଥିଲେ ମଧ୍ୟ ସଂଧ୍ୟା ହେବା କ୍ଷଣି ଖୁଲମଖୁଲା ଜମୁଛି ବେପାର। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରାଜଧାନୀ ଭୁବନେଶ୍ୱରର ଜଳଗହଳୀପୂର୍ଣ୍ଣ ସ୍ଥାନଗୁଡିକରେ ଏଭଳି କାରବାର ବେଧଡକ୍‌ ଚାଲୁଛି।

ନାଚଗାନା ଆସରରେ ରାଜ୍ୟ ଓ ରାଜ୍ୟ ବାହାରର ଯୁବତୀଙ୍କୁ ନିୟୋଜିତ କରାଯାଉଛି। ପ୍ରଶାସନିକର ଗାଇଡ୍‌ ଲାଇନକୁ ଫୁ କରି ଯେଉଁଠି ଯୁବତୀ ନାଚୁଛନ୍ତି ସେଇଠି ପରସା ଯାଉଛି ମଦ। ଏମିତି କରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ଅସାଧୁ ବାର୍ ମାଲିକ । ଗତକାଲି ବେଆଇନ ଭାବେ ଚାଲୁଥିବା ଏମିତି ଏକ ବାର ଉପରେ ପୋଲିସ ଚଢାଉ କରିବା ସହ ଏହାକୁ ସିଲ୍‌ କରିଦେଇଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି।

ସଞ୍ଜ ନଇଁବା କ୍ଷଣି ରାଜଧାନୀରେ ଏମିତି ରଙ୍ଗୀନ ଆସର ଜମୁଥିବା ସମସ୍ତେ ଜାଣନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଏ ବର୍ଷ କୌଣସି ଗୋଟିଏ ବାର୍‌କୁ ପ୍ରଶାସନିକ ଅନୁମତି ମିଳିନାହିଁ ବୋଲି ଏକସାଇଜ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ଖୁଲମଖୁଲା ଏଭଳି ଆସର ଚାଲିଥିବା ବେଳେ ପୋଲିସ କି ଅବକାରୀ ବିଭାଗର ନିଘା ନାହିଁ । ବେଳେ ବେଳେ ତାଗିଦ୍ କରିବା ବ୍ୟତିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଧର୍ମକୁ ଆଖିଠାର ମାରିବା ଭଳି

ଗତକାଲି ଏକ ବାର ଉପରେ ଚଢାଉ କରିଥିଲା ପୋଲିସ ।

ତେବେ ଏଭଳି ବେଆଇନ କାମ କେବଳ ବାର ଭିତରେ ସୀମିତ ରହୁନାହିଁ । ଡ୍ୟାନସ ବାର୍‌ ଆଳରେ କେତେକ ହୋଟେଲ ଓ ଲଜ୍‌ରେ  ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ବି ହେଉଛି। ଡାନସ୍‌ ବାରରେ ଯୁବତୀଙ୍କ ସହ ଡିଲ୍ ପରେ ସେଇ ହୋଟେଲ କିମ୍ବା ଲଜ୍‌ରେ ହେଉଛି ଦେହ ବ୍ୟବସାୟ।



from Odisha Reporter https://ift.tt/2My2SVa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages