ବିପର୍ଯ୍ୟୟରୁ ଉଦ୍ଧାର କଲେ କୋହଲି-ରାହଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବିପର୍ଯ୍ୟୟରୁ ଉଦ୍ଧାର କଲେ କୋହଲି-ରାହଣେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୮୨ ରନ୍‌ରେ ୩ ୱିକେଟ୍ ହରାଇ ଏକଦା ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ବିପର୍ଯ୍ୟୟରୁ ଉଦ୍ଧାର କରିଛି ଅଧିନାୟକ ଓ ଉପଅଧିନାୟକଙ୍କ ଯୋଡ଼ି। ଚତୁର୍ଥ ୱିକେଟ୍‌ ପାଇଁ କୋହଲି ଓ ରାହଣେଙ୍କ ମଧ୍ୟରେ ହୋଇଥିବା ୧୬୬ ରନ୍‌ର ଭାଗିଦାରୀକୁ ପୁଞ୍ଜି କରି ଟ୍ରେଣ୍ଟ୍‌ବ୍ରିଜ୍‌ର ନଟିଂହାମ୍‌ରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଶେଷ ଖବର ସୁଦ୍ଧା ୪ ୱିକେଟ୍ ହରାଇ ୨୬୪ ରନ୍‌ କରିଛି। ଖବର ଲେଖା ହେବାବେଳକୁ କ୍ୟାପ୍‌ଟେନ୍ କୋହଲି ୯୦ ଏବଂ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା  ୪ ରନ୍‌ କରି ଖେଳୁଛନ୍ତି।

୫ଟିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ କରି ୦-୨ରେ ପଛୁଆ ଥିବା ଭାରତୀୟ ଦଳ ନଟିଂହାମ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଆଉଟ୍ ଅଫ୍ ଫର୍ମ ମୁରଲୀ ବିଜୟଙ୍କ ସ୍ଥାନରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବାମହାତୀ ଶିଖର ଧୱନ୍‌ ଅନ୍ୟତମ ଓପନର୍‌ ଲୋକେଶ ରାହୁଲଙ୍କ ସହ ମିଶି ଇଂଲିଶ ବୋଲରଙ୍କୁ ପ୍ରଥମରୁ ବେଶ୍ ସଫଳତାର ସହ ମୁକାବିଲା କରିଥିଲେ। ଫଳରେ ସିରିଜ୍‌ରେ ପ୍ରଥମ ଥର ପାଇଁ ଓପନିଂ ଯୋଡ଼ିରେ ୬୦ ରନ୍‌ ସଂଗ୍ରହ କରି ଭାରତୀୟ ଦଳକୁ ଏକ ଭଲ୍ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ।

ତେବେ ଖେଳ ଆରମ୍ଭର ଘଣ୍ଟାଏ ପରେ ରଙ୍ଗ ଛାଡ଼ିବା ମାତ୍ରେ ବଲ୍‌ରୁ ସୁଇଂ ଓ ସିମିଂର ଫାଇଦା  ନେଇ ଘରୋଇ ଦଳର କ୍ରିସ୍ ୱକ୍ସ ଭାରତ ପାଇଁ ବିପର୍ଯ୍ୟୟର କାରଣ ସାଜିଥିଲେ। ୱକ୍ସ ପ୍ରଥମେ ଶିଖର ଧୱନ୍‌ ( ୬୫ ବଲ୍‌ରୁ ୩୫ ରନ୍‌)ଙ୍କୁ ସ୍ଲିପ୍‌ରେ କ୍ୟାଚ୍‌ ଏବଂ ପରେ ଅନ୍ୟତମ ଓପନର୍‌ ଲୋକେଶ ରାହୁଲଙ୍କୁ ଏକ ଇନ୍ ସୁଇଂ ଜରିଆରେ ଏଲ୍‌ବିଡବ୍ଲ୍ୟୁ କରି ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ଇଂଲିଶ୍ କଣ୍ଡିସନ୍‌ରେ ଫର୍ମ ପାଇଁ ସଂଘର୍ଷ କରୁଥିବା ଚେତେଶ୍ୱର ପୂଜାରା ( ୩୧ ବଲ୍‌ରୁ ୧୪ ରନ୍‌)ଙ୍କୁ ୱକ୍ସ ତାଙ୍କ ତୃତୀୟ ଶିକାର କରିଥିଲେ।

ମାତ୍ର ୨୨ ରନ୍‌ ମଧ୍ୟରେ ଲଗାତର୍ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ମଙ୍ଗ କିନ୍ତୁ ପରେ କୋହଲି ଓ ରାହଣେ ଧରିଥିଲେ। ଏ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୫୯ ରନ୍‌ ଯୋଡ଼ି ଭାରତକୁ ଏକ ବଡ଼ ସ୍କୋର ଆଡ଼କୁ ଆଗେଇ ନେଉଥିବାବେଳେ ବ୍ରଡ୍‌ଙ୍କ ବଲ୍‌ରେ କୁକ୍‌ଙ୍କ ଦ୍ୱାରା ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ଉପଧିନାୟକ ରାହଣେ। ରାହଣେ ୮୧ ରନ୍‌ କରିଛନ୍ତି।

ଇଂଲଣ୍ଡ ପକ୍ଷରୁ ୱକ୍ସ ୩ ଓ ବ୍ରଡ୍ ଗୋଟିଏ ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2OOHpVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages