ପୁଲିସ୍‌ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ପୁଲିସ୍‌ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଲିସ୍‌ ନାଁରେ ମହିଳାଙ୍କଠାରୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ବ୍ରହ୍ମପୁର ସୀତାଦେବୀ ଖଡାଙ୍ଗା ଛାତ୍ରୀନିବାସ ସାମ୍ନାରେ।

ଗୋଷାଣୀ ନୂଆଗାଁ ଅଞ୍ଚଳର ସଞ୍ଜୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍‌ ବୋଲି ପରିଚୟ ଦେଇଥିଲେ। ପରେ ସେ ପିନ୍ଧିଥିବା ସୁନା ଗହଣା ଖୋଲି ଦାୟିତ୍ୱରେ ରଖିବାକୁ ପରାମର୍ଶ ଦେଇଥିଲେ। ସଞ୍ଜୁକ୍ତା ସେମାନଙ୍କ କଥାରେ ବିଶ୍ୱାସ କରି ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଓହ୍ଲାଇ ଦେଇଥିଲେ। ହେଲେ ସେ ଏହାକୁ ଯତ୍ନର ସହ ରଖିବା ପୂର୍ବରୁ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଲୁଟ୍‌ କରି ଫେରାର ହୋଇଯାଇଥିଲେ।

ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଲୁଟ୍‌ ସୁନା ପ୍ରାୟ ୧୫ ଭରି ହେବ ବୋଲି ମହିଳା ଜଣଙ୍କ କହିଛନ୍ତି।



from OdishaReporter https://ift.tt/2OZvq8q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages