
ପାରାଦୀପ (ଏନ.ଏମ୍. ବୈଶାଖ): ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର। କିଛି ଦିନ ପୂର୍ବରୁ ସ୍ଥାନୀୟ ବଜାରରେ ଆକାଶ ଛୁଆଁ ଦର ଥିବା ଇଲିଶି ଏବେ ମାତ୍ର ୧୩୦ ଟଙ୍କାରୁଆରମ୍ଭ କରି ୪୫୦ଟଙ୍କା ଦରରେ ବିକ୍ରି ହେଉଛି ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ମାଛ ମାର୍କେଟରେ ଗ୍ରାହକଙ୍କ ଭିଡ଼ ଜମୁଛି।

ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି। ଏତେ ଇଲିଶି ରଖିବାକୁ ବରଫ ଓସ୍ଥାନର ଅଭାବ ଯୋଗୁ କମ୍ ଦରରେ ବିକ୍ରି ହେଉଛି। ଛୋଟ ମାଛ ଯୋଡ଼ା ୧୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ମାଛ ଯୋଡ଼ା ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି।”
ଅନ୍ୟ ଜଣେ ମତ୍ସ୍ୟ ବ୍ୟବସାୟୀ କହିଛନ୍ତି,“ବଜାରରେ ଇଲିଶି ଦର ଖସିବା ଯୋଗୁ ମାଛ ବ୍ୟବସାୟୀଙ୍କର କୌଣସି କ୍ଷତି ହେବ ନାହିଁ। ପାଣିପାଗ ଏଭଳି ରହିଲେ ଆହୁରି ଇଲିଶି ଧରାପଡ଼ିବେ ଓଦର କମ୍ ରହିବ।”
ଇଲିଶି ଦର ଶସ୍ତା ହୋଇଥିବାରୁ ଲୋକେ ନିଜ ସହ ବନ୍ଧୁବାନ୍ଧବଙ୍କ ପାଇଁ କିଣି ନେଉଛନ୍ତି।
from Odisha Reporter https://ift.tt/2Bo088A
No comments:
Post a Comment