ପାକିସ୍ତାନରେ ସିଦ୍ଧୁ, ଇମ୍ରାନ୍‌ଙ୍କ ପାଇଁ ନେଇଯାଇଛନ୍ତି ଏହି ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ପାକିସ୍ତାନରେ ସିଦ୍ଧୁ, ଇମ୍ରାନ୍‌ଙ୍କ ପାଇଁ ନେଇଯାଇଛନ୍ତି ଏହି ଉପହାର

sidhu

ନୂଆଦିଲ୍ଲୀ: ପାକିସ୍ତାର ପ୍ରଧାନମନ୍ତ୍ରୀ ଭାବେ ଆଜି ଇମ୍ରାନ୍ ଖାନ୍ ଶପଥ ନେବେ। ତାଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯାଇଛନ୍ତି। ସେ ଗତକାଲି ଲାହୋରରେ ପହଞ୍ଚିଥିଲେ।

ୱାଘା ସୀମା ପାର ହୋଇ ଲାହୋରରେ ପହଞ୍ଚିବା ପରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସିଦ୍ଧୁ କହିଥିଲେ ଯେ ସେ ଜଣେ ରାଜନେତା ଭାବେ ଆସିନାହାନ୍ତି। ଇମ୍ରାନ୍‌ଙ୍କ ଜଣେ ବନ୍ଧୁ ଭାବେ ଆସିଛନ୍ତି। ଇମ୍ରାନ୍‌ଙ୍କ ଖୁସିରେ ସାମିଲ ହେବା ପାଇଁ ଆସିଛନ୍ତି।

ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ଗ୍ରହଣ କରି ପାରିନାହାନ୍ତି। ଏଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି। ତେବେ ଏସବୁକୁ ସେ ଖାତିର କରନ୍ତି ନାହିଁ ବୋଲି ସେ କହିଛନ୍ତି। ସିଦ୍ଧୁ କହିଛନ୍ତି ଯେ ସେ କାହାରିକୁ ନିଜ ବିଷୟରେ ପ୍ରମାଣ ଦେବାକୁ ଚାହୁଁନାହାନ୍ତି।

ଇମ୍ରାନ୍ ଖାନ୍‌ଙ୍କ ପାଇଁ ସିଦ୍ଧୁ ଏକ ଉପହାର ମଧ୍ୟ ନେଇ ଯାଇଛନ୍ତି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,“ଖାନ୍ ସାହେବଙ୍କ ପାଇଁ ମୁଁ ଏକ କଶ୍ମୀରୀ ଶାଲ୍ ଆଣିଛି।”

ଇମ୍ରାନ୍ ଖାନ୍‌ଙ୍କ ଦଳ ‘ତେହରୀକ୍-ଏ-ଇନ୍‌ସାଫ୍’ ପକ୍ଷରୁ ସିଦ୍ଧୁଙ୍କ ସହିତ କପିଲ୍ ଦେବ ଓ ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତେବେ କପିଲ ଓ ସୁନୀଲ ବ୍ୟକ୍ତିଗତ କାରଣ ଦର୍ଶାଇ ସେଠାକୁ ଯିବେ ନାହିଁ ବୋଲି କହିଛନ୍ତି।

 



from Odisha Reporter https://ift.tt/2OKjvKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages