ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଓଜନ କମ୍ କରିବା ପାଇଁ ଡାଏଟିଂ କରିଥାନ୍ତି। ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରନ୍ତି। କେହିକେହି ଦିନକୁ ୨ ଥର ବଦଳରେ ଥରେ ଭାତ ଖାଆନ୍ତି ତ ପୁଣି କେହି କେହି ରୁଟି ଖାଇବା କମେଇ ଦିଅନ୍ତି।
ଧରନ୍ତୁ ୫ ପଟ ରୁଟି ଜାଗାରେ ଆପଣ ୩ ପଟରେ ନିଜକୁ ସନ୍ତୁଷ୍ଟ ରଖୁଛନ୍ତି। ଏମିତି କରୁଥିଲେ ଆମେ ଧରିନେବୁ ଆପଣ ବି ନିଜ ଓଜନ ବଢୁଥିବାରୁ ଚିନ୍ତିତ ବୋଲି ।
ହେଲେ କେବେ ଭାବିଛନ୍ତି ଜଣେ ସୁସ୍ଥ ମଣିଷ ଦିନକୁ କେତେ ପଟ ରୁଟି ଖାଇବା କଥା।
ରୁଟି ବା ଅଟାରେ କାର୍ବହାଇଡ୍ରେଟ୍ ଭରପୂର ହୋଇ ରହିଥିବାରୁ ଓଜନ ବଢ଼ିଥାଏ ଭାବି ଲୋକେ ରୁଟି ଖାଇବା କମାଇ ଦିଅନ୍ତି। ହେଲେ ଅଧିକାଂଶ ଲୋକେ ଜାଣନ୍ତିନି ବାସ୍ତବରେ ରୁଟି ଖାଇବା ନେଇ ବିଜ୍ଞାନ କ’ଣ କୁହେ । ତା ହେଲେ ଆସନ୍ତୁ ଜାଣିବା ବାସ୍ତବରେ ଜଣେ ସୁସ୍ଥ ମଣିଷ ଦିନକୁ କେତେପଟ ରୁଟି ଖାଇବା କଥା ।
ରୁଟିରେ କେବଳ କାର୍ବୋହାଇଡ୍ରେଡ୍ ନ ଥାଏ। ଏଥିରେ ପ୍ରୋଟିନ୍, ଫାଇବର ଓ ୨ଟି ମହତ୍ତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ରହିଥାଏ। ଯାହା ଶରୀର ପାଇଁ ନିତାନ୍ତ ଜରୁରୀ। ଏକ ୬ ଇଞ୍ଚର ରୁଟିରେ ପ୍ରାୟ ୧୫ ଗ୍ରାମ କାର୍ବୋହାଇଡ୍ରେଡ୍, ୩ ଗ୍ରାମ ପ୍ରୋଟିନ୍ ଓ ୦.୪ ଗ୍ରାମ ଫାଇବର ରହିଥାଏ।
ଯଦି ଆପଣଙ୍କ ଡାଏଟିଂ କରୁଛନ୍ତି, ତାହାହେଲେ ଆପଣଙ୍କ ଶରୀର ପାଇଁ ୨୫୦ ଗ୍ରାମ କାର୍ବୋହାଇଡ୍ରେଡ୍ ଦରକାର। ସେଥିମଧ୍ୟରୁ ୭୫ ଗ୍ରାମ କାର୍ବୋହାଇଡ୍ରେଡ୍ ରୁଟିରୁ ମିଳିଥାଏ। ଏହି ହିସାବରେ ଗୋଟିଏ ଦିନରେ ଆମକୁ ୫ପଟ ରୁଟି ଖାଇବା ଉଚିତ୍।
ଯଦି ଆପଣଙ୍କ ଡାଏଟିଂ କରୁଛନ୍ତି, ତାହାହେଲେ ଆପଣ ଚିନି, କ୍ଷୀର ଓ ସୋଢ଼ା ଜାତୀୟ ପାନୀୟଠାରୁ ଦୂରେଇ ରୁହନ୍ତୁ। କାରଣ ଏଥିରେ ଅଧିକ ପରିମାଣ କାର୍ବୋହାଇଡ୍ରେଡ୍ ରହିଥାଏ।
from OdishaReporter https://ift.tt/2n7V5Pn
No comments:
Post a Comment