ଇମ୍ରାନ୍‌ଙ୍କ ଶପଥ ଉତ୍ସବକୁ ଯାଇ ପାରିବେନି ବିଦେଶୀ ନେତା, ଭାରତୀୟ ବନ୍ଧୁ ଯିବେ କି ନାହିଁ ଠିକ୍ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଇମ୍ରାନ୍‌ଙ୍କ ଶପଥ ଉତ୍ସବକୁ ଯାଇ ପାରିବେନି ବିଦେଶୀ ନେତା, ଭାରତୀୟ ବନ୍ଧୁ ଯିବେ କି ନାହିଁ ଠିକ୍ ନାହିଁ

ଇସଲାମାବାଦ: ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆସନ୍ତା ୧୧ ତାରିଖରେ ଶପଥ ନେବେ। ଶପଥ ଉତ୍ସବ କାର୍ଯ୍ୟକ୍ରମକୁ ସାର୍କ ରାଷ୍ଟ୍ରମୁଖ୍ୟ ମାନଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରିଥିଲା ତାଙ୍କ ଦଳ ‘ପିଟିଆଇ’। ଏପରିକି ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରହିଥିଲେ।

କିନ୍ତୁ ଏବେ ଜଣାପଡ଼ିଛି ଯେ, ଇମ୍ରାନ୍‌ଙ୍କ ଶପଥପାଠ ଉତ୍ସବରେ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ପିଟିଆଇ ମୁଖପାତ୍ର ଫୱାଦ ଚୌଧୁରୀ କହିଛନ୍ତି, ଇମ୍ରାନଙ୍କ ଶପଥପାଠ କାର୍ଯ୍ୟକ୍ରମରେ ବିଦେଶୀ ଅତିଥିମାନେ ଯୋଗଦେବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ସଂପୂର୍ଣ୍ଣ ଭୁଲ୍।

ରାଷ୍ଟ୍ରପତି ଭବନରେ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଉତ୍ସବରେ ଇମ୍ରାନ୍‌ଙ୍କର କିଛି ଘନିଷ୍ଠ ବନ୍ଧୁ ସାମିଲ ହେବେ। ପୂର୍ବରୁ ଇମ୍ରାନ୍‌ ଖାନ୍‌ ତାଙ୍କର ବନ୍ଧୁମାନଙ୍କ ପୂର୍ବରୁ ଯେଉଁ ବ୍ୟକ୍ତିଗତ ନିମନ୍ତ୍ରଣ କରିଥିଲେ, ତାହା ଏବେବି ବଳବତ୍ତର ରହିଛି। ଏହି ବ୍ୟକ୍ତିଗତ ବନ୍ଧୁମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଅଛନ୍ତି ବୋଲି ସେ କହିଛନ୍ତି।

ପୂର୍ବରୁ ଇମ୍ରାନ୍‌ ଖାନ୍‌ ତାଙ୍କ ଭାରତୀୟ ବନ୍ଧୁ କପିଲ ଦେବ, ସୁନୀଲ ଗାଭାସ୍କର, ନବଜୋତ୍‌ ସିଂହ ସିଦ୍ଧୁ ଓ ଅଭିନେତା ଆମୀର ଖାନ୍‌ଙ୍କୁ ନିମନ୍ତ୍ରଣ କରିଥିବା ଖବର ପ୍ରକାଶ ପାଇଥିଲା।

ସିଦ୍ଧୁ ମଧ୍ୟ ଇମ୍ରାନ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରିବା ସହ ପାକିସ୍ତାନ ଯିବାକୁ ପ୍ରସ୍ତୁତ ଥିବା କହିଥିଲେ।

କିନ୍ତୁ ପିଟିଆଇର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ଏହି ୪ ଭାରତୀୟଙ୍କ କ୍ଷେତ୍ରରେ ଲାଗୁ ହେବ କି ନାହିଁ, ତାହା ଜଣାପଡ଼ି ନାହିଁ।



from OdishaReporter https://ift.tt/2n6KSTy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages