ପୁରୁଣା କ୍ରିକେଟ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ରୋହିତ ଶର୍ମା, ଟ୍ୱିଟର୍‌ରେ ଲେଖିଲେ କିଛି ଏମିତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ପୁରୁଣା କ୍ରିକେଟ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ରୋହିତ ଶର୍ମା, ଟ୍ୱିଟର୍‌ରେ ଲେଖିଲେ କିଛି ଏମିତି…

ମୁମ୍ବାଇ: ପୁରୁଣା ବନ୍ଧୁଙ୍କ ପାଇଁ  ଭାବପ୍ରବଣ ହେଲେ ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍‌ସ୍‌ମ୍ୟାନ୍‌ ରୋହିତ ଶର୍ମା। ବନ୍ଧୁଙ୍କ ପ୍ରଶଂସାରେ ନିଜ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ ତାଙ୍କ ଫଟୋ ଅପ୍‌ଲୋଡ୍‌ କରିବା ସହିତ ତାଙ୍କୁ ଆଗାମୀ ଯାତ୍ରା ପାଇଁ ବଧାଇ ମଧ୍ୟ ଜଣାଇଛନ୍ତି।

ରୋହିତଙ୍କ ଏହି ପୁରୁଣା ବନ୍ଧୁ ହେଲେ ମୁମ୍ବାଇ ଦଳର ଅନୁଭବୀ ଅଲ୍‌ରାଉଣ୍ଡର୍‌ ଅଭିଷେକ ନାୟର୍। ଅଭିଷେକ ଦଳ ପାଇଁ ୯୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଘରୋଇ ଗ୍ରାଉଣ୍ଡରେ ଏହି ଅଲ୍‌ରାଉଣ୍ଡର୍‌ ୫୬୨୭ ରନ୍‌ କରିଥିବା ସହିତ ୧୬୪ ୱିକେଟ୍‌ ହାସଲ୍‌ କରିଛନ୍ତି।

କିନ୍ତୁ ବିଗତ ଦୁଇ ସିଜନ୍‌ ହେବ ତାଙ୍କୁ ମୁମ୍ବାଇ ଦଳରେ ଖେଳିବାକୁ ସୁଯୋଗ ମିଳୁ ନାହିଁ।  ଆଶ୍ଚର୍ଯ୍ୟର କଥା ହେଲା, ଏଇ ସିଜନ୍‌ରେ ଘରୋଇ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଅଭିଷେକଙ୍କୁ ମୁମ୍ବାଇ ଦଳ ପାଇଁ ଚୟନ କରାଯାଇ ନାହିଁ। ତେଣୁ ସେ ବାଧ୍ୟ ହୋଇ ପୁଡୁଚେରୀ ଟିମ୍‌ରେ ସାମିଲ୍‌ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଅଭିଶେକଙ୍କ ପାଇଁ ଭାବପ୍ରବଣ ହେଲେ ରୋହିତ ଶର୍ମା

ଅଭିଷେକ୍‌ଙ୍କ ମୁମ୍ବାଇ ଦଳରୁ ବାଦ ପଡ଼ିବା ରୋହିତଙ୍କୁ ମର୍ମାହତ କରିଛି। ବନ୍ଧୁ ବିଚ୍ଛେଦରେ ସେ ଭାବପ୍ରବଣ ହୋଇପଡ଼ିଛନ୍ତି। ନିଜର ଭାବପ୍ରବଣତାକୁ ସେ ଚପାଇ ନପାରି ଏହାକୁ ଶବ୍ଦ ମାଧ୍ୟମରେ ଟ୍ୱିଟର୍‌ରେ ପ୍ରକାଶ କରିଛନ୍ତି।

ସେ ତାଙ୍କ ଟ୍ୱିଟର୍‌ରେ ଅଭିଷେକଙ୍କ ଫଟୋ ଅପ୍‌ଲୋଡ୍‌ କରିବା ସହିତ ତାଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ‘ମୁମ୍ବାଇର ଏକ ଅନୁଭବୀ ଖେଳାଳି ଉପରେ ଦଳ ନିଲାମ ଡାକୁଛି। ମୁଁ ତାଙ୍କୁ ଅନେକ ଦିନରୁ ଜାଣିଛି। ମୁଁ ଆତ୍ମବିଶ୍ୱାସର ସହ କହୁଛି ଯେ ମୁଁ ଯେଉଁ ଲୋକମାନଙ୍କ ସହ ମିଶିଛି ସେମାନଙ୍କ ମଧ୍ୟରୁ ଅଭିଷେକ ହେଉଛନ୍ତି ଜଣେ ନିସ୍ଵାର୍ଥପର ଖେଳାଳି। ତାଙ୍କ ଉତ୍କୃଷ୍ଟ ଖେଳ ପ୍ରତିଭା ପାଇଁ ଅନ୍ୟ ଖେଳାଳିମାନେ ତାଙ୍କୁ ସମ୍ମାନ କରିବା ଆବଶ୍ୟକ।’

ଏଥିସହିତ ରୋହିତ୍‌ ଅଭିଷେକଙ୍କ ଆଗାମୀ ଯାତ୍ରା ପାଇଁ  ତାଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

ମୁମ୍ବାଇର ଘରୋଇ ଗ୍ରାଉଣ୍ଡ୍‌ରେ ୨୦୦୬ ମସିହାରୁ ରୋହିତ୍‌ ଶର୍ମା  ଅଭିଷେକ ନାୟରଙ୍କ ସହିତ ଖେଳି ଆସୁଛନ୍ତି। ତେଣୁ ଅଭିଷେକ ଦଳରୁ ହଠାତ୍‌ ବାହାରିଯିବା ରୋହିତ୍‌ଙ୍କୁ ମର୍ମାହତ କରିଛି।

ଅଭିଷେକଙ୍କ ଅନ୍ୟନ୍ୟ ଉପଲବ୍ଧି: ଅଭିଷେକ ଲିଷ୍ଟ ଏ ମ୍ୟାଚ୍‌ ଖେଳିବା ସହିତ ୯୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିସହିତ ସେ ଭାରତୀୟ ଦଳରେ ସାମିଲ ହୋଇ ୩ଟି ୱାନ୍‌ଡେ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

 

 



from Odisha Reporter https://ift.tt/2OSlEEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages