ଶ୍ରୀମନ୍ଦିର ଭିତର ବେଢ଼ାରେ କାହିଁକି ରହିଛି ଏକ କୁକୁରର ପ୍ରତିମା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଶ୍ରୀମନ୍ଦିର ଭିତର ବେଢ଼ାରେ କାହିଁକି ରହିଛି ଏକ କୁକୁରର ପ୍ରତିମା ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ଗୋଟିଏ ନାଁ କି ଗୋଟିଏ ସଂସ୍କୃତି ନୁହେଁ, ଏହା ହେଉଛି ଗୋଟିଏ ଶିକ୍ଷା। ସମାଜରେ ସବୁ ବର୍ଗ ଓ ସବୁ ପ୍ରଜାତିର ପ୍ରାଣୀଙ୍କୁ ସମ୍ମାନ ଦେବା ଓ ତନ୍ମଧ୍ୟରେ ବ୍ରହ୍ମଦର୍ଶନ କରାଇବା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ଶିକ୍ଷା। ‘ଜଣାଅଜଣା ଜଗନ୍ନାଥ’ ସ୍ତମ୍ଭରେ ଆମେ ଆଜି ଆପଣଙ୍କୁ ଶ୍ରୀମନ୍ଦିରରେ ପୂଜିତ ଏକ ରୋଚକ ମୂର୍ତ୍ତି ସମ୍ପର୍କରେ କହିବାକୁ ଯାଉଛୁ।

ମୁକ୍ତିମଣ୍ଡପ ସଂଲଗ୍ନ ବଟ୍ଟ ଗଣେଶଙ୍କ ପଟକୁ ଯିବାବେଳେ, ଗୋଟିଏ ଠଣାରେ ସିନ୍ଦୂର ବୋଳା ମୂର୍ତ୍ତିଟିଏ ଦେଖିବାକୁ ମିଳିଥାଏ। ଏହି ମୂର୍ତ୍ତିଟି କ’ଣ ଜାଣନ୍ତି? ଏହା ଏକ କୁକୁରର ମୂର୍ତ୍ତି। ଏହି ମୂର୍ତ୍ତିଙ୍କ ସମ୍ମୁଖ ଭାଗରେ ପୂଜା ପାଉଥିବା ବିଗ୍ରହ ହେଉଛନ୍ତି ମା’ କୁତାମ ଚଣ୍ଡି।

ଆମ ସମାଜ କୁକୁରକୁ ଏକ ହୀନ ପ୍ରାଣୀ ଭାବେ ଦେଖିଥାଏ। ଯଦି ଏହା ସତ, ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହାକୁ ପୂଜା କରାଯାଉଛି କ’ଣ ପାଇଁ ?

କେବେ ଭାବିଛନ୍ତି କାହିଁକି ଶ୍ରୀମନ୍ଦିରର ଭିତର ବେଢ଼ାରେ କୁକୁରର ପ୍ରତିମାଟିଏ ସ୍ଥାପନ କରାଯାଇଛି?

ଶ୍ରୀମନ୍ଦିରର ନୀତିକାନ୍ତି ଅତ୍ୟନ୍ତ କଠୋର ଓ ଶୃଙ୍ଖଳା ଭିତରେ ରହିଛି। କୁହାଯାଏ ଯଦି ମନ୍ଦିର ବେଢ଼ାରେ କେବେ କୁକୁରଟିଏ ପ୍ରବେଶ କରିବାର ଦେଖାଯାଏ, ତା ହେଲେ ମହାପ୍ରଭୁଙ୍କ ନୀତି ମାରା ହୁଏ। ରୋଷେଇ ପାଇଁ ରହିଥିବା ଅମୁଣିଆ ଅଥବା ପ୍ରସ୍ତୁତ ହୋଇଥିବା ମହାପ୍ରସାଦ ମାରା ହୁଏ ଓ ଏହାକୁ ମାଟିରେ ପୋତି ଦିଆଯାଏ।

ଏଣୁ ଏହି ପ୍ରସଙ୍ଗରେ କୁକୁର ମୂର୍ତ୍ତି ଓ ମା’ କୁତାମ ଚଣ୍ଡିଙ୍କ ଉପସ୍ଥିତିକୁ ଯୋଡ଼ି ଦିଆଯାଇଛି।

କୌଣସି ଅନିଷ୍ଟ ବା ଅଶୁଦ୍ଧତା ଯେପରି ଶ୍ରୀଜୀଉଙ୍କ ନୀତିରେ ବିଭ୍ରାଟ ସୃଷ୍ଟି ନ କରେ, ସେଥିପାଇଁ ଏହି ଦେବୀ ଓ ତାଙ୍କ ବାହନ ରହିଛନ୍ତି। ନୀତିରେ ଶୃଙ୍ଖଳା ରକ୍ଷା ପାଇଁ ଏହାଏକ ପ୍ରତୀକ ମାତ୍ର ବୋଲି ଧରାଯାଇ ପାରେ।

ଭିନ୍ନ ଅର୍ଥରେ ଦେଖିବାକୁ ଗଲେ, ଶ୍ରୀଜଗନ୍ନାଥ ମନ୍ଦିରରେ କେବଳ ଦେବତାଙ୍କୁ ପୂଜା କରାଯାଏ ନାହିଁ। ସମାଜର ସବୁ ବର୍ଗକୁ ସମ୍ମାନ ଦେବାକୁ ଯାଇ ପଶୁପକ୍ଷୀ ଉପାସନା ବିଧି ମଧ୍ୟ ରହିଛି। ଏଣୁ ଏହି ଭିତ୍ତିରେ ସବୁଠାରୁ ହୀନ ପ୍ରାଣୀକୁ ମହାପ୍ରସାଦ ଭଳି ସବୁଠାରୁ ମହାନ୍‌ ତଥା ପୂଜ୍ୟ ପଦାର୍ଥ ସହ ଯୋଡି ତାକୁ ମହିମାନ୍ୱିତ କରି ଦିଆଯାଇଛି।

ବାସ୍ତବରେ ମହାପ୍ରଭୁଙ୍କ ସମସ୍ତ ନୀତିରେ ଶୁଦ୍ଧତା ରକ୍ଷା କରିବା ପାଇଁ କୁତାମଚଣ୍ଡିଙ୍କ ଉପସ୍ଥିତିକୁ ଗ୍ରହଣ କରାଯାଇଛି। ଏବେବି ମନ୍ଦିରରେ ବରିଷ୍ଠ ସେବାୟତମାନେ କୁହନ୍ତି, ନୀତି ହେଉଥିବା ସମୟରେ କୌଣସି ଅଶୁଦ୍ଧତା ଯଦି ଅଜାଣତରେ ହୋଇଯାଏ, ତାହେଲେ ଏତେ କୋଳାହଳ ଭିତରେ କୁକୁରଟିଏ ବୁଲି ଆସି ହଠାତ୍‌ ଉଭେଇ ଯାଏ।

କଥାଟି ସତ ହେଉ ଅଥବା ମନଗଢ଼ା, କିନ୍ତୁ ଶ୍ରୀମନ୍ଦିରରେ କୁକୁର ପ୍ରତିମା ଓ ମା’ କୁତାମ ଚଣ୍ଡିଙ୍କ ଉପସ୍ଥତି ନିଶ୍ଚିତ ଭାବେ ଅନନ୍ୟ।

ବି.ଦ୍ର.– ଶ୍ରୀମନ୍ଦିର ଭିତର ବେଢାର ଫଟୋ ନ ଥିବାରୁ ଏହି ପାଠ ସଂଲଗ୍ନ ଫଟୋଟି ପ୍ରତିକାତ୍ମକ ଭାବେ ଦିଆଯାଇଛି। ଚିତ୍ରଟିକୁ ଆଙ୍କିଛନ୍ତି ନାରାୟଣ ମହାରଣା।  



from Odisha Reporter https://ift.tt/2BukHQP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages