ପଥର ଖାଦାନ ବିସ୍ଫୋରଣ ଘଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ପଥର ଖାଦାନ ବିସ୍ଫୋରଣ ଘଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର ଅଟକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶର କର୍‌ନୁଲ୍‌ ପଥର ଖାଦାନକୁ ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର କୈଳାସ ନାହାକକୁ କର୍‌ନୁଲ୍‌ ପୁଲିସ୍‌ ଅଟକ ରଖିଛି। ଏହାସହ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Kurnoolପଥର ଖାଦନରେ ଘଟିଥିବା ବିସ୍ଫୋରଣରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝାରେଡି ଗାଁର ଭୀମସେନ ନାହାକ, ନୂଆଗାଁର ଦୂର୍ଯୋଧନ ନାହାକ ଏବଂ ମନୋରଞ୍ଜନ ନାହାକ। ଏବେ ବି ୧୦ଟି ମୃତଦେହ ଚିହ୍ନଟ ହୋଇ ନଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଆହତ ହୋଇ ଚିକିତ୍ସିତ ହେଉଥିବା ୬ ଶ୍ରମିକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି।

Kurnoolମୃତକଙ୍କ ଗାଁରେ ଶୋକାକୁଳ ପରିବେଶ

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। କିଏ ପୁଅକୁ ହରାଇଛନ୍ତି ତ ଆଉ କିଏ ସ୍ୱାମୀଙ୍କୁ। ଗୋଟିଏ ଅଞ୍ଚଳର ୩ ଖଟିଖିଆ ମଣିଷଙ୍କ ମୃତ୍ୟୁ ଶୋକାକୁଳ କରିଦେଇଛି ସମସ୍ତଙ୍କୁ। ଗଞ୍ଜାମ ବ୍ଲକ୍‌ ଝାରେଡି ଏବଂ ନୂଆଗାଁରେ ଏବେ ଏମିତି ପରିବେଶ।

Kurnoolଜିଲ୍ଲା ପ୍ରଶାସନର ସହାୟତା ରାଶିକୁ ନେଇ ଅସନ୍ତୋଷ

ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଲେଖାଏ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ତିନି ଓଡ଼ିଆ ଶ୍ରମିକଙ୍କ ପରିବାର ଲୋକଙ୍କୁ ମାତ୍ର ୧୦ ହଜାର ଲେଖାଏ ଟଙ୍କା ଓ ଆହତମାନଙ୍କ ପରିବାରକୁ ୫ ହଜାର ଲେଖାଏ ଟଙ୍କା ପ୍ରଦାନ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମୃତାହତଙ୍କ ପରିବାର ଲୋକଙ୍କ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରାଯାଇନାହିଁ।



from OdishaReporter https://ift.tt/2KurMjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages