
ସୋର (ଶାଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲାରେ ଧରାପଡ଼ିଛି ପାଠୁଆ ଚୋରଙ୍କ କଳା କାରାନାମା। ମୋବାଇଲ ଟାୱାର୍ରୁ ବ୍ୟାଟେରୀ ଚୋରି ବେଳେ ୪ ଜଣଙ୍କୁ ଧରିଛି ପୁଲିସ୍।
ଏମାନଙ୍କ ମଧ୍ୟରେ ଦୁଇଜଣ ଇଂଜିନିୟରଂ ଛାତ୍ର ଅଛନ୍ତି। ଅଭିଯୁକ୍ତମାନେ ହେଲେ ସଞ୍ଜିବ କୁମାର ସାହୁ, ତନ୍ମୟ କୁମାର ଭୂୟାଁ, ବିଶ୍ୱଜିତ ପାଣିଗ୍ରାହୀ ଏବଂ ହରେକୃଷ୍ଣ ବାରିକ।
ଗିରଫ ଅଭିଯୁକ୍ତଙ୍କ ପାଖରୁ ଖନ୍ତାପଡା ପୁଲିସ୍ ୨୪ଟି ବ୍ୟାଟେରୀ, ଦୁଇଟି ଖେଳନା ବନ୍ଧୁକ ଓ ବାଇକ୍ ଜବତ କରିଛି।
ଖନ୍ତାପଡା ଥାନା ରସାଳପୁର ଅଞ୍ଚଳରୁ ବିଭିନ୍ନ ମୋବାଇଲ୍ ଟାୱାର୍ରୁ ରାତିରେ ବ୍ୟାଟେରୀ ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ବ୍ୟାଟେରୀ ଚୋରି କରି ବାଲେଶ୍ୱର ଆଡ଼େ ଯାଉଥିବାବେଳେ ପୁଲିସ୍ ହାବୁଡ଼ରେ ପଡ଼ିଯାଇଥିଲେ।
from OdishaReporter https://ift.tt/2LZzjvo
No comments:
Post a Comment