
ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଦଳୀବଣ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ବାଉଁଶ ବୁଦାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତା ଯୁବତୀ ଜଣଙ୍କ ହେଲେ ସଂଯୁକ୍ତା ବେହେରା। ସେ ଅଙ୍ଗନଓ୍ୱାଡ଼ି କର୍ମୀ ଭାବେ କାମ କରୁଥିଲେ। ପ୍ରେମ ସମ୍ପର୍କକୁ ନେଇ ସଂଯୁକ୍ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଗୋଡ଼ ତଳେ ଲାଗିଥିବା ବେଳେ ବେକର ଦଉଡ଼ି ମଧ୍ୟ ଢିଲା ରହିଛି। ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ୍ କହିଛି।
from OdishaReporter https://ift.tt/2KsSJEf
No comments:
Post a Comment