ଜାଣିଛନ୍ତି ଷଷ୍ଠ ସ୍ଥାନରୁ ଉଠି ଓପ୍ନିଂ କରିବାର ସୁଯୋଗ କେମିତି ପାଇଲେ ସଚିନ୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଜାଣିଛନ୍ତି ଷଷ୍ଠ ସ୍ଥାନରୁ ଉଠି ଓପ୍ନିଂ କରିବାର ସୁଯୋଗ କେମିତି ପାଇଲେ ସଚିନ୍‌ ?

sachin

ମୁମ୍ବାଇ: କ୍ରିକେଟ୍‌ର ଭଗବାନ ସଚିନ୍‌ ତେନ୍ଦୁଲକଙ୍କ ସହ କାହାକୁ ତୁଳନା କରିବା ଭୁଲ ହେବ। ତାଙ୍କ ବିଷୟରେ ଆପଣ ବହୁତ କିଛି ଶୁଣିଥିବେ। ତେବେ ଜାଣିଛନ୍ତି କି କ୍ୟାରିଅର ଆରମ୍ଭରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ସଚିନ୍‌ କେମିତି ଓପ୍ନିଂ କରିବାର ସୁଯୋଗ ପାଇଲେ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସଚିନ୍‌ଙ୍କ କ୍ୟାରିଅରରେ ଏହି ସୁଯୋଗ ଏକ ସଂଯୋଗବଶତଃ ଆସିଥିଲା। ଭାରତର କ୍ରିକେଟ୍‌ ଟିମ୍‌ର ଅନ୍ୟତମ ଶ୍ରେଷ୍ଟ ଅଧିନାୟକ ଭାବେ ଜଣା ଅଜିତ ୱାଡେକର ତାଙ୍କୁ ଏହି ସୁଯୋଗ ଦେଇଥିଲେ। ସେତେବେଳେ ସ୍ୱର୍ଗତ ୱାଡେକର ଭାରତୀୟ ଟିମ୍‌ର ମ୍ୟାନେଜର ଥିଲେ।

‘ଟାଇମ୍ସ ଅଫ୍‌ ଇଣ୍ଡିଆ’ ସହ ଆଲୋଚନା ବେଳେ ନିଜେ ସଚିନ୍‌ ଏ ବିଷୟରେ କହିଛନ୍ତି।

SachinAjit

ସେ କହିଛନ୍ତି, “ୱାଡେକର ସାର୍‌ ବହୁତ ମହାନ। ପିଲାଦିନୁ ତାଙ୍କ କାହାଣୀ ଶୁଣି ଆମେ ବଡ଼ ହୋଇଛୁ। ସେ ୧୯୯୨ରେ ଟିମ୍‌ ମ୍ୟାନେଜର ଭାବେ ଆମ ସହ ଯୋଗ ଦେଇଥିଲେ। ଆମେ ତାଙ୍କ ସହ ପ୍ରଥମେ ଜିମ୍ବାୱେ ଯାଇଥିଲୁ। ସେଠାରୁ ଦକ୍ଷିଣ ଆଫ୍ରିକା ଗଲୁ। ଏହି ସମୟରେ ମୁଁ ତାଙ୍କୁ ନିକଟରୁ ଜାଣିବାର ସୁଯୋଗ ପାଇଥିଲି। ତାଙ୍କ ପାଖରେ ଥାଇ ବି ତାଙ୍କ ସହ କଥାବାର୍ତ୍ତା ହେବାକୁ ମୋତେ ୬ ମାସ ଲାଗି ଯାଇଥିଲା। ଏହାପରେ ତାଙ୍କ ସହ ମୋ ସମ୍ପର୍କ ଭଲ ହୋଇଯାଇଥିଲା।”

ସେ ଆହୁରି କହିଛନ୍ତି, “ମୁଁ, ବିନୋଦ କାମ୍ବଲି ଏବଂ ସାର୍‌ ବହୁତ କଥା ହେଉଥିଲୁ। ଅଭ୍ୟାସ୍‌ ପରେ ଆମେ ଦୁଇ ଜଣ ତାଙ୍କୁ ରୁମ୍‌କୁ ଚାଲି ଯାଉଥିଲୁ, ନହେଲେ ସେ ଆମ ରୁମ୍‌କୁ ଚାଲି ଆସୁଥିଲେ। ଆମେ ଏକାଠି ବସି ବହୁତ କଥା ହେଉଥିଲୁ।”

tendulkar

ସେ କହିଛନ୍ତି, “୧୯୯୪ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ବେଳେ ଓପ୍ନର ନଭଜିତ ସିଂହ ସିଦ୍ଧୁଙ୍କ ବେକରେ ଦରଜ ଥିଲା। ମୁଁ ଯାଇ ୱାଡେକରଙ୍କ ସାର୍‌ଙ୍କୁ ଓପ୍ନିଂ କରିବାକୁ କହିଥିଲି। ମୁଁ କହିଥିଲି, ମୋତେ ଓପ୍ନିଂ କରିବାର ସୁଯୋଗ ଦିଅନ୍ତୁ। ମୁଁ ଜାଣିଛି, ମୁଁ ବୋଲର୍‌ଙ୍କ ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବି। ଯଦି ମୁଁ ଅସଫଳ ହେବି ତେବେ ଦ୍ୱିତୀୟ ଥର ଆପଣଙ୍କ ପାଖକୁ ଆସିବି ନାହିଁ।”

“ସାର୍‌ଙ୍କର ବିଶ୍ୱାସ ଥିଲା ମୁଁ ଏପରି କରିପାରିବି। ଏଥିପାଇଁ ସେ ମୋତେ ଏହି ସୁଯୋଗ ଦେଇଥିଲେ। ଏହି ମ୍ୟାଚ୍‌ରେ ମୁଁ ୪୯ ବଲ୍‌ରୁ ୮୨ ରନ୍‌ କରିଥିଲି। ଏହାପରେ ସବୁ ବଦଳି ଯାଇଥିଲା ଓ ମୁଁ ଓପ୍ନିଂ କରିବାକୁ ଲାଗିଲି” ବୋଲି ସଚିନ୍‌ କହିଛନ୍ତି।



from Odisha Reporter https://ift.tt/2OHVYKs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages