
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ‘ବି’ ରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପାଇଁ ମନା କରି ଦେବାରୁ ପ୍ରେମିକର ଘର ଆଗରେ ପ୍ରେମିକା ନିଜକୁ ଜାଳି ଦେଇଥିବା କୁହାଯାଉଛି। ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଅମିତ ନାମକ ଯୁବକ ବିବାହ ପାଇଁ ମନା କରିଦେବାରୁ ଯୁବତୀ ଜଣଙ୍କ ହତୋତ୍ସାହିତ ହୋଇ ପଡ଼ିଥିଲେ। ଆଜି ଭୋର୍ରେ ଅମିତଙ୍କ ଘରଆଗରେ ସେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କୁହାଯାଉଛି।
ଯୁବତୀ ଜଣଙ୍କର ଚିତ୍କାର ଶୁଣି ପାଖ ପଡ଼ୋଶୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ ପୋଡ଼ି ମାରି ଦିଆଯାଇଛି। ସେ ପ୍ରଶ୍ନ କରିଛନ୍ତି, ରାତି ତିନିଟାରେ ମୋ ଝିଅ କିରୋସିନ କେଉଁଠାରୁ ପାଇଲା?
ଏହି ଘଟଣା ପରେ ଅମିତ ଫେରାର ହୋଇଯାଇଛି। ତେବେ ତାଙ୍କ ବାପା’ମାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/2OHUeRj
No comments:
Post a Comment