ଅଟଳଙ୍କ ଅଧୁରା ପ୍ରେମ କାହାଣୀ…. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଅଟଳଙ୍କ ଅଧୁରା ପ୍ରେମ କାହାଣୀ….

ଅସ୍ତ ହୋଇଗଲା ଭାରତୀୟ ରାଜନୀତିକ ଆକାଶର ସୂର୍ଯ୍ୟ। ଚାଲିଗଲେ ଯୋଗଜନ୍ମା ନେତା।

ପ୍ରବାଦ ପୁରୁଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସାରାଦେଶ ଆଜି ମର୍ମାହତ।

ବାଜପେୟୀ ହୁଏତ ଆଜି ଇହଧାମରୁ ବିଦାୟ ନେଇଛନ୍ତି କିନ୍ତୁ ପ୍ରତିଟି ଭାରତୀୟଙ୍କ ହୃଦୟରେ ସେ ଚିର ଅମର ହୋଇ ରହିବେ। ଦେଶର ସବୁଠୁ ଲୋକପ୍ରିୟ ରାଜନେତା ବାଜପେୟୀଙ୍କ ଜୀବନରେ ଅନେକ ଘଟଣା ଘଟିଛି। ସେଥିରୁ ଅମେ ଆଜି ଗୋଟିଏ ଚର୍ଚ୍ଚିତ ଘଟଣା ସମ୍ପର୍କରେ ଅବତାରଣା କରୁଛୁ।

ତାହା ହେଉଛି ଅଟଳ ବିହାରୀ ବାଜପେୟୀ ଆଜୀବନ ଅବିବାହିତ ରହିବା ଘଟଣା, ଯାହା ପଛରେ ରହିଛି ଏକ ରୋମାଞ୍ଚକର ଅଥଚ ସତ କାହାଣୀ।

କାହାଣୀଟି ଏମିତି। ଅଟଳ ବିହାରୀ ବାଜପେୟୀ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍‌ କରୁଥିଲେ। କୁହାଯାଏ ସେହି ସମୟରେ ତାଙ୍କର ଜଣେ ସହପାଠିନୀ ଥିଲେ, ଯାହାଙ୍କ ନାଁ ଥିଲା ରାଜକୁମାରୀ।

ତାଙ୍କ ସହ ଅଟଳଙ୍କର ଘନିଷ୍ଟ ବନ୍ଧୁତା ଥିଲା। ଉଭୟ ଅଧିକରୁ ଅଧିକ ସମୟ ଏକାଠି ବିତାଉଥିଲେ। କିଛି ଦିନ ମିଳାମିଶା ପରେ ଅଟଳଙ୍କୁ ଧୀରେ ଧୀରେ ରାଜକୁମାରୀ ପସନ୍ଦ ଆସିବାରେ ଲାଗିଲେ ଓ ଶେଷରେ ରାଜକୁମାରୀଙ୍କ ପ୍ରେମରେ ପଡିଗଲେ ଅଟଳ।

ତେବେ ରାଜକୁମାରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କୀୟ ଥିଲେ। ଗ୍ରାଜୁଏସନ୍‌ ସମୟରେ ଦିନେ ଭିକ୍ଟୋରିଆ କଲେଜରେ ଇନ୍ଦିରାଙ୍କ ସହ ବାଜପେୟୀଙ୍କ  ଭେଟ ହୋଇଥିଲା।  ସେହି ସମୟରେ ଏକ ବହିରେ ହାତଲେଖା ପ୍ରେମପତ୍ରଟିଏ ରଖି ବାଜପେୟୀ ଇନ୍ଦିରାଙ୍କୁ ଦେଇଥିଲେ ଓ ଏହାକୁ ରାଜକୁମାରୀଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ।

କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବହି କିମ୍ବା ପ୍ରେମପତ୍ର ରାଜକୁମାରୀଙ୍କ ପାଖରେ ପହଞ୍ଚି ପାରି ନଥିଲା ଓ ରାଜକୁମାରୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଗଲା। ରାଜକୁମାରୀ ତ ବିବାହ କରିନେଲେ, ହେଲେ ଅଟଳଙ୍କ ପ୍ରେମ କାହାଣୀ ସେଇଠି ଅଧାରେ ରହିଯାଇଥିଲା। ଏହା ପରେ ବାଜପେୟୀ ଆଜୀବନ ଅବିବାହିତ ରହିଗଲେ।



from OdishaReporter https://ift.tt/2Mtg79C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages