ସ୍କୁଲପିଲାଙ୍କ ପାଇଁ ସ୍ୱତନ୍ତ୍ର ବିଜ୍ଞାନ ପ୍ରଦର୍ଶନୀ: ଜାଣନ୍ତୁ କେମିତି କରିବେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ସ୍କୁଲପିଲାଙ୍କ ପାଇଁ ସ୍ୱତନ୍ତ୍ର ବିଜ୍ଞାନ ପ୍ରଦର୍ଶନୀ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର/ପିଆଇବି):ଜୀବବିଜ୍ଞାନ ସଂସ୍ଥାନ ଓ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୨ ଏବଂ ୨୩ ଦୁଇ ଦିନ ଧରି ଭୁବନେଶ୍ୱରରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।  ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଗବେଷଣାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ।

ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିବ। ଏଥିସହିତ ସେମାନେ ସଂସ୍ଥାନର ବିଭିନ୍ନ ଲାବରୋଟେରୀ ବୁଲି ନୂତନ ଗବେଷଣା ସମ୍ପର୍କରେ ଜ୍ଞାନ ଲାଭ କରିପାରିବେ। ଯେଉଁ ସ୍କୁଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନେ scienceoutreach@ils.res.in ୱେବସାଇଟ୍‌ରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୫ ତାରିଖକୁ ଧାର୍ଯ୍ୟ କରାଯାଇଛି।



from Odisha Reporter https://ift.tt/2Nn5WRc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages