ତାପସୀଙ୍କର ନାହାନ୍ତି ବୟଫ୍ରେଣ୍ଡ୍! ଜାଣନ୍ତୁ, କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ତାପସୀଙ୍କର ନାହାନ୍ତି ବୟଫ୍ରେଣ୍ଡ୍! ଜାଣନ୍ତୁ, କାହିଁକି?

tapsi

ମୁମ୍ବାଇ: ବଲିଉଡ୍‌ରେ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ଅନ୍ୟ କାହା ସହ ଯୋଡ଼ା ହେବା ଏକ ସାଧାରଣ କଥା। ଅନେକ ସମୟରେ ଏହାକୁ ନେଇ ଜୋର୍‌ ଚର୍ଚ୍ଚା ମଧ୍ୟ ହୁଏ। କିନ୍ତୁ ଏଭଳି ଚର୍ଚ୍ଚାରୁ ବାଦ୍‌ ପଡ଼ିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ସେ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରଠାରୁ ତାଙ୍କ ନାଁ କାହା ସହ ଯୋଡ଼ା ହୋଇନାହିଁ । ଏକଥା ଆପଣ ବି ଜାଣିଥିବେ।

ନିକଟରେ ଏକ ସାକ୍ଷାତକାରରେ ଏହାର କାରଣ କହିଛନ୍ତି ତାପସୀ। ତାଙ୍କୁ ଏହି ବିଷୟରେ ପଚାରା ଯାଇଥିଲା ଯେ, କେବେ ଆପଣଙ୍କ ନାଁ କେଉଁ କୋ-ଷ୍ଟାର୍‌ଙ୍କ ସହ ଯୋଡ଼ା ଯାଇନାହିଁ,  କ’ଣ ସେମାନେ ଆପଣଙ୍କୁ ଭୟ କରନ୍ତି? ତାପସୀ ଏହାର କାରଣ ଖୁବ୍‌ ମଜାକିଆ ଢଙ୍ଗରେ ଦେଇଥିଲେ। କହିଥିଲେ, ବୋଧହୁଏ ପୁଅମାନଙ୍କର ମୋ’ଠାରେ କୌଣସି ଇଣ୍ଟ୍ରେଷ୍ଟ୍‌ ନାହିଁ। ସେଥିପାଇଁ ମୋ ନାଁ କାହା ସହ ଯୋଡ଼ା ହୋଇନାହିଁ।

rishkapoor

ଗତ ସପ୍ତାହରେ  ରିଲିଜ୍‌ ହୋଇଥିବା ଫିଲ୍ମ ‘ମୁଲ୍‌କ’ ସଂପର୍କରେ ତାପସୀ କହିଛନ୍ତି, ଫିଲ୍ମ ତିଆରି ପରେ କିଛି ବିବାଦ ଯୋଗୁଁ ତାଙ୍କୁ ଲାଗୁନଥିଲା ଯେ ଏହା ରିଲିଜ୍‌ ହୋଇ ପାରିବ। ତେବେ କିଛି ସିନ୍‌ କଟାଯିବା ପରେ ଫିଲ୍ମକୁ ‘ୟୁ’ ସାର୍ଟିଫିକେଟ୍‌ ମିଳିଥିଲା। ଏବେ ‘ମୁଲ୍‌କ୍’କୁ ଖୁବ୍‌ ଭଲ ରେସ୍‌ପନ୍ସ ମଧ୍ୟ ମିଳିଛି।

 

 



from OdishaReporter https://ift.tt/2KDuUtz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages