
ନୂଆଦିଲ୍ଲୀ: ସୋଶାଲ୍ ନେଟ୍ୱାର୍କିଂ ସାଇଟ୍ ହ୍ୱାଟସ୍ଆପ୍କୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। କ’ଣ ପାଇଁ ହ୍ୱାଟସ୍ ଆପ୍ ପକ୍ଷରୁ ଏଯାଏ ଭାରତରେ କୌଣସି ଅଭିଯୋଗ ପ୍ରକୋଷ୍ଠ ବା ଅଭିଯୋଗ ଶୁଣିବା ପାଇଁ ଅଧିକାରୀ ନିଯୁକ୍ତ ହୋଇନାହାନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଏଥିସହ କୋର୍ଟ ହ୍ୱାଟସ୍ଆପ୍ ସହ ଅର୍ଥ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନୋଟିସ୍ ପଠାଇ ଜବାବ୍ ତଲବ କରିଛନ୍ତି।
ସୋଶାଲ୍ ମିଡିଆ ସାଇଟ୍ଗୁଡ଼ିକ ଭାରତରେ ପ୍ରଚଳିତ ନିୟମକୁ ଖାତିର୍ କରୁନାହାନ୍ତି ଏବଂ ଅଭିଯୋଗ ଶୁଣିବାକୁ କୌଣସି ଅଧିକାରୀ ନିଯୁକ୍ତ କରୁନାହାନ୍ତି। ଗୁଗଲ୍ ଓ ଫେସବୁକ୍ ଭଳି ସଂସ୍ଥାମାନେ ଭାରତରେ ଅଭିଯୋଗ ଶୁଣିବାକୁ ଅଧିକାରୀ ନିଯୁକ୍ତ କରିଥିବା ବେଳେ ହ୍ୱାଟସ୍ଆପ୍ କାହିଁକି ଏଭଳି ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା।
ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର୍ଏଫ୍ ନରୀମନ୍ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।
‘ଯଦି ଗୋଟିଏ ସୋଶାଲ୍ ନେଟୱାର୍କିଂ ସାଇଟ୍ର ବହୁଳ ବ୍ୟବହାର ହେଉଛି, ତା’ହେଲେ ଏହାର କର୍ତ୍ତୃପକ୍ଷ ଲୋକଙ୍କ ପ୍ରତଟି ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ବ୍ୟବସ୍ଥା କରିବା ଦରକାର। କିନ୍ତୁ ହ୍ୱାଟସ୍ ଆପ୍ ଭାରତରେ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ କାହିଁକି ଏତେ କୁଣ୍ଠା ବୋଧ ପ୍ରକାଶ କରୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
କେଉଁ କାରଣରୁ ହ୍ୱାଟସ୍ଆପ୍ ଆଜି ଯାଏ ଭାରତରେ ଲୋକଙ୍କ ଆପତ୍ତି ଓ ଅଭିଯୋଗ ଶୁଣିବା ପାଇଁ ଅଧିକାରୀ ନିଯୁକ୍ତ କରିନାହିଁ ଏବଂ ସରକାର ଏହା ଉପରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ ୪ ସପ୍ତାହ ମଧ୍ୟରେ ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2BQJUoD
No comments:
Post a Comment