ବଜାରରେ ହଙ୍ଗାମା କରୁଛି ଜିଓ ଫୋନ୍‌ ଟୁ’, ଜାଣନ୍ତୁ କ’ଣ ରହିଛି ଏହି ଫୋନ୍‌ରେ ବିଶେଷ ଫିଚର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ବଜାରରେ ହଙ୍ଗାମା କରୁଛି ଜିଓ ଫୋନ୍‌ ଟୁ’, ଜାଣନ୍ତୁ କ’ଣ ରହିଛି ଏହି ଫୋନ୍‌ରେ ବିଶେଷ ଫିଚର୍‌

JIO-phone

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ରିଲାଏନ୍‌ସ୍‌ର ନୂଆ ସ୍ମାର୍ଟ୍‌ ଫୋନ୍‌ ଜିଓ ଫୋନ୍‌ ଟୁ’। ମାତ୍ର ୨,୯୯୯ ଟଙ୍କାରେ ମିଳୁଥିବା ଏହି ସ୍ମାର୍ଟ୍‌ ଫୋନ୍‌ରେ 4ଜିର ୫ଟି ବିଶେଷ ଫିଚର୍‌ ମଧ ଉପଲବ୍ଧ।

ବିକ୍ରି ଆରମ୍ଭର କିଛି ସମୟ ମଧ୍ୟରେ ଏହି ସ୍ମାର୍ଟ୍‌ ଫିଚର୍ ଫୋନ୍‌ ଖୁବ୍ ଭଲ ବ୍ୟବସାୟ ମଧ୍ୟ କରିଛି। ଏପରିକି ଆପଣଙ୍କ ପୁରୁଣା ଜିଓ ଫୋନ୍ ବଦଳରେ ଏହାକୁ କିଣିବା ପାଇଁ କମ୍ପାନୀ ପକ୍ଷରୁ ଏକ୍ସ୍‌ଚେଞ୍ଜ୍‌ ଅଫର୍ ମଧ୍ୟ ଦିଆଯାଇଛି।

JioPhone-2ଏହା ପୂର୍ବରୁ ରିଲାଏନ୍‌ସ୍‌ କମ୍ପାନୀ ନିଜ ପ୍ରଥମ ଫିଚର୍‌ ଫୋନ୍‌ର ମୂଲ୍ୟ ମାତ୍ର ୫୦୦ ଟଙ୍କା ରଖିଥିଲା। ଏଥିରେ ଥିବା ବିଶେଷ ଫିଚର୍‌ ଯୋଗୁ ଏହା ବଜାରରେ ଅଧିକ ଲୋକପ୍ରିୟ ହୋଇପାରିଥିଲା।

ଏବେ ଆସନ୍ତୁ ଜାଣିବା, ରିଲାଏନ୍‌ସ୍‌ର ନୁଆ ସ୍ମାର୍ଟ୍‌ ଫୋନ୍‌, ଜିଓ ଫୋନ୍‌ ଟୁ’ରେ ଥିବା 4ଜି ଫୋନ୍‌ର ବିଶେଷ ୫ଟି ଫିଚର୍‌।

ଯୁଗୋପଯୋଗୀ ‘ଆପ୍‌’ର ସୁବିଧା:
jiophone-2_660ଏବେ ସ୍ମାର୍ଟ୍‌ ଫୋନ୍‌ରେ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ହ୍ୱାଟସ୍‌ଆପ୍‌ ଏବଂ ଗୁଗୁଲ୍‌ ମ୍ୟାପ୍‌ସ୍‌ର ଆବଶ୍ୟକତା ଅଧିକ ରହିଛି। ତେବେ ଅଧିକାଂଶ ଛୋଟ ଫିଚର୍‌ ଫୋନ୍‌ରେ ଏସବୁର ସୁବିଧା ନଥାଏ। କିନ୍ତୁ ରିଲାଏନ୍‌ସ୍‌ ଜିଓ ଫୋନ୍‌ ଟୁ’ରେ ଏସବୁ ଫିଚର୍‌ ରଖିଛି। ଆଣ୍ଡ୍ରଏଡ୍‌ ଏବଂ ସ୍ମାର୍ଟ ଫୋନ୍‌ରେ ଏହି ସମସ୍ତ ଫିଚର୍‌ ସୁବିଧା ପାଇବାକୁ ହେଲେ, ସର୍ବନିମ୍ନ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଏ ସମସ୍ତ ସୁବିଧା ଥିବା ଜିଓ ଫୋନ୍‌ ଟୁ’ ମାତ୍ର ୨,୯୯୯ ଟଙ୍କାରେ ମିଳୁଛି। କୁହାଯାଉଛି, ଜିଓ ଫୋନ୍‌ ଟୁ’ର ମୂଲ୍ୟ ବଜାରରେ ମିଳୁଥିବା ଅନ୍ୟ ସ୍ମାର୍ଟ୍‌ ଫୋନ୍‌ର ବାର୍ଷିକ କିସ୍ତି ସହିତ ସମାନ୍‌।

ଭିଡିଓ କଲିଂ :
ଅଧିକ ବଜେଟ୍‌ରେ ଫୋନ୍‌ ନକିଣିଲେ ବହୁ ସ୍ମାର୍ଟ୍‌ ଫୋନ୍‌ରେ ଭିଡିଓ କଲିଂର ସୁବିଧା ନଥାଏ। କିନ୍ତୁ ଜିଓର ଏହି ଛୋଟ୍‌ ଫିଚର୍‌ ଫୋନ୍‌(ଜିଓ ଫୋନ୍‌ ଟୁ’)ରେ ଆପଣ ଭିଡିଓ କଲିଂର ସୁବିଧା ପାଇପାରିବେ। ଭାରତର ଅଧିକାଂଶ କମ୍ପ୍ୟୁଟର୍‌ ଏବଂ ଲାପ୍‌ଟପ୍‌, ଇଣ୍ଟର୍‌ନେଟ୍‌ରେ VoIP calls କରିବା ପାଇଁ ସକ୍ଷମ ନୁହନ୍ତି। କିନ୍ତୁ ଜିଓ ଫୋନ୍‌ରେ  VoLTE ଏହି ସୁବିଧା ଦେଉଛି। ଭାରତୀୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରିଲାଏନସ୍‌ ଜିଓ ଫୋନ୍‌ ଟୁ’ରେ ଭିଡିଓ କଲିଂ ରଖିଛି।
downloadଭଏସ୍‌ ଆସିସ୍‌ଷ୍ଟାଣ୍ଟ୍‌:
ଜିଓ ଫୋନ୍‌ ଟୁ’ରେ ପ୍ରଥମ ଥର ପାଇଁ ଭଏସ୍‌ ଆସିସ୍‌ଷ୍ଟାଣ୍ଟ୍‌ ଫିଚର୍‌ ସୁବିଧା ରହିଛି। ଏହି ସୁବିଧା ଆପଣଙ୍କୁ  MyJio appରେ Hello Jio ଫିଚର୍‌ରେ ଉପଲବ୍ଧ ହେବ, ଯାହା ଇଂରାଜୀ ଏବଂ ହିନ୍ଦୀରେ ରହିଛି। ବର୍ତ୍ତମାନ ଏହି ଆସିସ୍‌ଷ୍ଟାଣ୍ଟ୍‌ ଆପଣଙ୍କୁ voice-control searchର ସୁବିଧା ଦେବା ସହିତ ଖେଳ ସ୍କୋର୍‌, ଗୀତ ଶୁଣିବା ଏବଂ ପାଣିପାଗ ବିଷୟରେ ମଧ୍ୟ ସୂଚନା ଦେବ।
ଏଣ୍ଟର୍‌ଟେନ୍‌ମେଣ୍ଟ୍‌:
ଜିଓ ଫୋନ୍‌ ଟୁ’ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍‌ରେ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଆପ୍‌ର ସୁବିଧା ରହିଛି। ଜିଓଟିଭି, ଜିଓସିନେମା, ଜିଓମ୍ୟୁଜିକ୍‌ ଆପ୍‌ ସହିତ music streaming  ଏବଂ downloadsର ସୁବିଧା ମଧ୍ୟ ରହିଛି। ଏହି ପ୍ରକାର ମନୋରଞ୍ଜନ ଦେଉଥିବା ଫିଚର୍ ଆପ୍‌କୁ ଅନ୍ୟ ସାର୍ଟ୍‌ ଫୋନ୍‌ରେ ଅଣଦେଖା କରାଯାଉଥିଲା। କିନ୍ତୁ ରିଲାଏନସ୍‌ ଏହି ପୁରୁଣା ଆପ୍ ସବୁକୁ ଆଣି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
download (1)

Affordable 4G (ଆଫର୍ଡେବଲ୍‌ 4ଜି):

ଅତି କମ୍‌ ମୂଲ୍ୟରେ ରିଲାଏନ୍‌ସ୍‌ ନିର୍ମାଣ କରିଥିବା ଜିଓ ଫୋନ୍‌ ସବୁ ବର୍ଗର ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି। ପୂର୍ବରୁ ଜିଓ ଫୋନ୍‌ କେବଳ 4G connectivity ସୁବିଧା ଦେଇଥିଲା। କିନ୍ତୁ ଜିଓ ଫୋନ୍‌ ଟୁ’ରେ କମ୍ପାନୀ ଏକ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଏଥିରେ ଦୁଇଟି ସିମ୍‌ ରଖିବା ପାଇଁ ସୁବିଧା ରହିବା ସହିତ VoLTE ସୁବିଧା ମଧ୍ୟ ରହିଛି। ସେଥିପାଇଁ ଆପଣଙ୍କୁ ଏହି ଫୋର୍‌ଜି ସିମ୍‌ ଥିବା ଫୋନ୍‌ ପାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

କେବଳ ଏତିକି ନୁହେଁ, ରିଲାଏନ୍‌ସ୍‌ କମ୍ପାନୀ ଜିଓ ଫୋନ୍‌ ଟୁ’ ପାଇଁ ଏକ୍ସଚେଞ୍ଜ୍‌ ସୁବିଧା ମଧ୍ୟ ଦେଉଛି। ଆପଣ ନିଜ ପୁରୁଣା ଜିଓ ଫୋନ୍‌ ବଦଳରେ ଏହି ନୂଆ ଫିଚର୍‌ ଫୋନ୍‌କୁ କେବଳ ୫୦୧ ଟଙ୍କାରେ ପାଇପାରିବେ।



from Odisha Reporter https://ift.tt/2P5ODEH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages