
ନୂଆଦିଲ୍ଲୀ: ଦେଶର ୨୦ କୋଟି ଉପଭୋକ୍ତାଙ୍କୁ ନେଇ ବ୍ୟବସାୟ କରୁଥିବା ‘WhatsApp’କୁ କେନ୍ଦ୍ର ସରକାର ଦ୍ଵିତୀୟ ଥର ଲାଗି ନୋଟିସ୍ ପଠାଇଛନ୍ତି। ଜରିଆରେ ଯେଭଳି ଭୁଲ୍ ଓ ଉଡ଼ା ଖବର ମାତ୍ରାଧିକ ଭାବେ ପ୍ରସାରିତ ହେଉଛି, ସେଥିପ୍ରତି କର୍ତ୍ତୃପକ୍ଷ ତୀକ୍ଷଣ ଦୃଷ୍ଟି ଦେବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏହି ନୋଟିସରେ କୁହାଯାଇଛି।
ଯଦି ସଂସ୍ଥା ଏପରି ନ କରେ ତେବେ ଆଗାମୀ ଦିନରେ ସଂସ୍ଥାର କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ସରକାରଙ୍କ ଏକ ନିର୍ଦ୍ଦେଶକୁ ମାନିବାକୁ ଅରାଜି ହୋଇଥିଲା ହ୍ୱାଟସ୍ଆପ୍। ସରକାରଙ୍କୁ ବାର୍ତ୍ତା ପ୍ରେରଣ କରୁଥିବା ଯେ କୌଣସି ୟୁଜରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜମା କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ହ୍ୱାଟସ୍ ଆପ୍ ଏପରି କରିବାକୁ ମନା କରି ଦେଇଥିଲା। ଯାହାକୁ ନେଇ ସୁପ୍ରିମ୍କୋର୍ଟରେ ଏବେ ମାମଲା ଏବେ ବିଚାରାଧୀନ ଅଛି।
ସମ୍ପ୍ରତି ଦେଶର ଅନେକ ସୋଶାଲ ନେଟୱାର୍କିଙ୍ଗ ସାଇଟ୍ ଜରିଆରେ ଖବର ପ୍ରସାରଣ ଅତି ସରଳ ଓ ସହଜ ହୋଇଯାଇଛି। ଏହା ଜରିଆରେ ଖବର, ଅଖବର ଓ ଗୁଜବ ତଡ଼ିତ ବେଗରେ ବ୍ୟାପି ପାରୁଛି।
ଏ କଥା ସତ ଯେ, ଦେଶରେ ଇଲେକ୍ଟ୍ରୋନିକ୍ ଯୋଗାଯୋଗ ବ୍ୟବସ୍ଥା ବେଶ ସୁଦୃଢ ଓ ସକ୍ଷମ ହୋଇଛି। ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଲାଣି। ଯେଉଁଥିପାଇଁ କେନ୍ଦ୍ର ସରକାର ଏବେ ସୋଶାଲ ନେଟୱାର୍କିଂ ସାଇଟ୍ଗୁଡିକୁ ଚେତାବନୀ ଦେବାକୁ ବାଧ୍ୟ ହୋଇଛନ୍ତି।
from Odisha Reporter https://ift.tt/2wybkK6
No comments:
Post a Comment