ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଓଡ଼ିଶା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର

air-india

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ଗୁଜରାଟର ଅହମଦାବାଦକୁ ଆରମ୍ଭ ହେବ ବିମାନସେବା।

ପ୍ରତିଦିନ ମଧ୍ୟାହ୍ନ ୧୧ଟା ୫୦ ମିନିଟ୍‌ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଅହମଦାବାଦ୍‌ରେ ପହଞ୍ଚିବ। ସେହିଭଳି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍‌ରୁ ବାହାରି ଦିନ ୧୧ଟା ୨୦ ମିନିଟ୍‌ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ।

ସେପଟେ ‘ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ପକ୍ଷରୁ ‘ୱିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍‌’ ଘୋଷଣା ହୋଇଛି। ନୂଆ ପ୍ଲାନ୍‌ ଅନୁଯାୟୀ, ଭୁବନେଶ୍ୱରରୁ ବିମାନ ଉଡ଼ାଣ ସଂଖ୍ୟା ୬୮ରେ ପହଞ୍ଚିବ। ବର୍ତ୍ତମାନ ସମୟରେ ଭୁବନେଶ୍ୱରରୁ ପ୍ରତିଦିନ ୪୨ଟି ଉଡ଼ାଣ ହେଉଛି। ନୂଆ ପ୍ଲାନ୍‌ରେ ଭୁବନେଶ୍ୱରରୁ କୋଏମ୍ବାଟୁରକୁ ମଧ୍ୟ ବିମାନସେବା ଆରମ୍ଭ ହେବ। ୱିଣ୍ଟର ସିଡ୍ୟୁଲ୍‌ରେ ‘ଉଡ଼ାନ୍‌’ ଯୋଜନାରେ ଆରମ୍ଭ ହେବାକୁ ଥିବା ବିମାନ ଉଡ଼ାଣ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହେବ।

‘ଉଡ଼ାନ୍‌’ ଯୋଜନାରେ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ାକୁ ଉଡ଼ାଣ ଆରମ୍ଭ ହେବ। ନୂଆ ପ୍ଲାନ୍‌ ଅନୁଯାୟୀ, ପ୍ରତ୍ୟହ ନୂଆଦିଲ୍ଲୀକୁ ୧୨ଟି, କୋଲକାତାକୁ ୧୭, ବେଙ୍ଗାଲୁକୁ ୧୫, ହାଇଦ୍ରାବାଦ୍, ମୁମ୍ବାଇ ଚେନ୍ନାଇକୁ ୫ଟି ଲେଖାଏଁ, ଅହମଦାବାଦ୍ ଓ ରାୟପୁରକୁ ଦୁଇଟି ତଥା ଭାଇଜାଗ୍, କୋଏମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା ଓ କୁଆଲାଲାମ୍ପୁରକୁ ଗୋଟିଏ ଲେଖାଏଁ ବିମାନ ଚାଲିବ।



from Odisha Reporter https://ift.tt/2opBAmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages