କୋକସରାରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

କୋକସରାରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ

ଧର୍ମଗଡ଼ (ଇଣ୍ଡିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ଲଡୁଗାଁରେ ଅଣାୟତ୍ତ ହେବାକୁ ଲାଗିଛି ଡେଙ୍ଗୁ। ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠା ଯାଇଥିବା ୨୧୮ ରକ୍ତ ନମୂନାରୁ ୪୪ଟି ପଜେଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରୁ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ୮ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାସହିତ କିଛି ରୋଗୀ ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଓ ରାୟପୁରରେ ଚିକିତ୍ସିତ ହେଉଛନ୍ତି।

ଗତ ୩ ଦିନ ହେବ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଘର ଘର ବୁଲି ଲୋକଙ୍କ ଚିକିତ୍ସା କରିବା ସହ  ସଚେତନ କରୁଛନ୍ତି। ଏହାସହିତ ଗାଁରୁ ଡେଙ୍ଗୁ ନିପାତ ପାଇଁ ଔଷଧ ଛିଞ୍ଚନ କରାଯାଉଛି। ଏଠାକାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ରାଇସ୍‌ ମିଲର ବର୍ଜ୍ୟବସ୍ତୁର ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହେଉଛି।

 



from OdishaReporter https://ift.tt/2nzRpGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages