ଗୋଟିଏ ଡାକ୍ତରଖାନାର ୧୬ ନର୍ସ ଗର୍ଭବତୀ, ଚିନ୍ତାରେ ହସ୍ପିଟାଲ କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଗୋଟିଏ ଡାକ୍ତରଖାନାର ୧୬ ନର୍ସ ଗର୍ଭବତୀ, ଚିନ୍ତାରେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ଆରିଜନାସ୍ଥିତ ଡିଜାଷ୍ଟର ମେଡିକାଲ ସେଣ୍ଟର ହସ୍ପିଟାଲର ଆଇସିୟୁରେ କାର୍ଯ୍ୟରତ ୧୬ ଜଣ ନର୍ସ ଏକାଥରକେ ଗର୍ଭବତୀ ହୋଇଛନ୍ତି। ଫଳରେ ପ୍ରସବ ତଥା ଗର୍ଭଧାରଣ କରିଥିବାରୁ ଏମାନେ ସମୂହ ଛୁଟିରେ ରହିବେ।

ସମସ୍ତଙ୍କ ପ୍ରସବ ସମୟ ଅକ୍ଟୋବରରୁ ଜାନୁୟାରୀ ମଧ୍ୟରେ ହୋଇଥିବାରୁ ଆଇସିୟୁରେ କାର୍ଯ୍ୟ ବାଧାପ୍ରାପ୍ତ ହେବ । ମାତ୍ର ସମସ୍ତଙ୍କୁ ମ୍ୟାଟର୍ନିଟି ଛୁଟି ଦିଆଯିବ ଓ ଅନ୍ୟ ନର୍ସମାନେ ତାଙ୍କ ସ୍ଥାନରେ ନିୟୋଜିତ ହେବେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଏହି କଥା ସାର୍ବଜନୀନ କରିବା ପାଇଁ ସମ୍ପୃକ୍ତ ନର୍ସମାନେ ହସ୍ପିଟାଲରେ ଏକ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଥିଲେ। ଯେଉଁଥିରେ ୧୬ ଜଣ ଯାକ ଗର୍ଭବତୀ ନର୍ସ ଏକାଠି ଫଟୋ ପାଇଁ ପୋଜ୍‌ ଦେଇ ନିଜ ଖୁସି ବ୍ୟକ୍ତ କରିଥିଲେ।

ଏକ ଫେସ୍‌ବୁକ୍‌ ଗ୍ରୁପ୍‌ ଜରିଆରେ ଭାବର ଆଦାନ ପ୍ରଦାନ କରିବା ବେଳେ ଏହି ସମସ୍ତ ନର୍ସ ଏକା ସମୟରେ ଗର୍ଭଧାରଣ କରିଥିବା କଥା ଜାଣିବାକୁ ପାଇଥିଲେ। ପରେ ସେମାନେ ଏହାକୁ ସାର୍ବଜନୀନ କରି ମାତୃତ୍ୱ ଲାଭକୁ ଏକ ଗୌରବ ବୋଲି ସମସ୍ତଙ୍କୁ ଜଣାଇବାକୁ ଏଭଳି ପଦକ୍ଷେପ ନେଇଥିଲେ। ଏପରିକି ପାଖାପାଖି ସମୟରେ ୧୬ ଜଣ ସହକର୍ମୀ ମା’ ହେବାକୁ ଯାଉଥିବାରୁ ସେମାନେ ଅତ୍ୟନ୍ତ ଖୁସି ବୋଲି କହିଥିଲେ।

୮ ମାସର ଗର୍ଭବତୀ ୨୮ ବର୍ଷୀୟ ରୋସେଲ ସର୍ମନ୍‌ କହିଛନ୍ତି ଯେ, ଏହା ମୋର ପ୍ରଥମ ଗର୍ଭ। ଆଉ ଏହା ଖୁସିର ବିଷୟ ଯେ, ମୁଁ ମୋ ସହକର୍ମୀଙ୍କ ସହ ଗର୍ଭଧାରଣ କରିଛି। ଆମେ ସମସ୍ତେ ଏକା ଥରକେ ମାତୃତ୍ୱ ଲାଭ କରିବାକୁ ଯାଉଥିବାରୁ ଆହୁରି ଭଲ ଲାଗୁଛି।

ସେହିପରି ମାତ୍ର ୬ ମାସର ଭର୍ଗବତୀ ଥିବା ୨୬ ବର୍ଷୀୟ ରୋସେଲ କ୍ରାସ୍‌ଗ୍ରୀଫ୍‌ କହିଛନ୍ତି ଯେ, ଏହା ମୋ ପାଇଁ ଆନନ୍ଦର ବିଷୟ। ମୋ ପେଟରେ ଶିଶୁ କନ୍ୟାଟିଏ ରହିଛି। ଯେହେତୁ ଆମେ ସମସ୍ତେ ନର୍ସ ଓ ଆମେ ଏକାଠି ଗର୍ଭବତୀ ହୋଇଛୁ ତେଣୁ ନିଜ ନିଜର ସମସ୍ୟା ସମ୍ପର୍କରେ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ଆମେ କୁଣ୍ଠିତ ହେଉନୁ। ନିଜର ସୁବିଧା, ଅସୁବିଧା ଓ ସମସ୍ୟା ସମ୍ପର୍କରେ ଖୋଲାଖୋଲି କଥା ହୋଇପାରୁଛୁ।

 



from Odisha Reporter https://ift.tt/2NbRrQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages