
କେନ୍ଦୁଝର (ପ୍ରଣୟ କୁମାର ପାଣି): ପିଲାଟିକୁ ୧୦ ମାସ ଗର୍ଭରେ ଧାରଣ କରିଥିଲେ। ତାକୁ ନେଇ କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହେଲେ ଦାରିଦ୍ର୍ୟର ତାଡ଼ନା ତାଙ୍କର ସବୁ ସ୍ୱପ୍ନକୁ ପାଣି ମିଳାଇ ଦେଇଥିଲା। ଜଣେ ନର୍ସଙ୍କ ପ୍ରବଞ୍ଚନାରେ ଆସି ମାତ୍ର ୧୦୦୦ ଟଙ୍କାରେ ନିଜ ଜନ୍ମକଲା ଶିଶୁପୁତ୍ରକୁ ବିକିଦେଲେ ମାଆ।
ପୂରା ଘଟଣା ଏମିତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ବିଧବା ଜୁଆଙ୍ଗ ମହିଳା ନିଜ ବାପଘରେ ରହୁଥିଲେ। ଗତ ୨୦ ତାରିଖରେ ବାପଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
ମା’ ଓ ନବଜାତ ଶିଶୁପୁତ୍ର ଅପପୁଷ୍ଟିର ଶିକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ସେମାନଙ୍କୁଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୧ ତାରିଖରେ ଭର୍ତ୍ତି କରିଥିଲେ।
ଡାକ୍ତରଖାନାରେ ଗୋଟିଏ ଦିନ ପରେ ହଠାତ ମହିଳା ଓ ତାଙ୍କ ଶିଶୁପୁତ୍ର ନିଖୋଜ ହୋଇଯାଇ ଥିଲେ। ଘଟଣା ପଦାକୁ ଆସିବା ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଥିଲା। ଚାଇଲ୍ଡ ଲାଇନ୍ କର୍ମକର୍ତ୍ତାମାନେ ଶିଶୁପୁତ୍ରକୁ କେନ୍ଦୁଝର ପୁରୁଣା ବଜାର ଅଞ୍ଚଳରୁ ଉଦ୍ଧାର କରି ଏସ୍ଏନ୍ସିୟୁରେ ଭର୍ତ୍ତି କରିଛନ୍ତି।
ଅଭିଯୋଗରୁ ପ୍ରକାଶ, ନର୍ସଙ୍କ ସହାୟତାରେ ପିଲାକୁ ତା’ ମା ବିକ୍ରି କରିଦେଇଥିଲେ। ଏଥିପାଇଁ ତାଙ୍କୁ ୧୦୦୦ ଟଙ୍କା, ୩ଟି ଶାଢୀ ଓ ଗୋଟିଏ ଶାଲ୍ ମିଳିଥିଲା। ମାତ୍ର କେଉଁ ନର୍ସ ପିଲା ବିକ୍ରି ପାଇଁ ପ୍ରବର୍ତ୍ତାଇଥିଲେ ତାହା ଜଣାପଡ଼ି ନାହିଁ। ଏପରିକି ପିଲା କିଣିଥିବା ବ୍ୟକ୍ତି ଜଣକ ନର୍ସଙ୍କ ନାଁ ମଧ୍ୟ ପ୍ରକାଶ କରୁନାହାନ୍ତି।
from Odisha Reporter https://ift.tt/2Na31ep
No comments:
Post a Comment