
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଥିଲେ। ତେବେ ବିଜେଡି କାହିଁକି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଲା, ସେ ନେଇ ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି।
ଏଥିରେ କୁହାଯାଇଛି, ସଂସଦୀୟ ଗଣତନ୍ତ୍ରରେ ସାମ୍ବିଧାନିକ ପଦବୀଗୁଡ଼ିକରେ ବସୁଥିବା ବ୍ୟକ୍ତିଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯିବା ଉଚିତ୍। ସେହି କ୍ରମରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀରେ କିଏ ବସିବେ ସେନେଇ ମଧ୍ୟ ସର୍ବସମ୍ମତରେ ନିଷ୍ପତ୍ତି ହେବା ଉଚିତ୍। ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସେମିତି କିଛି ହେବ ବୋଲି ଦଳ ଆଶା କରୁଥିଲା ଓ ଅପେକ୍ଷା କରିଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ନିର୍ବାଚନ ଲାଗି ଜଣେ ଜେଡିୟୁରୁ ଓ ଆଉ ଜଣେ କଂଗ୍ରେସରୁ ପ୍ରାର୍ଥୀ ହେଲେ। ବିଜେଡି ଓ ଜେଡିୟୁ ସମଆଦର୍ଶ ସଂପନ୍ନ ଦଳ ହୋଇଥିବାରୁ ହରିବଂଶ ନାରାୟଣଙ୍କୁ ଆମେ ସମର୍ଥନ କଲୁ। ଉଭୟ ବିଜେଡି ଓ ଜେଡିୟୁ ଜୟ ପ୍ରକାଶ ନାରାୟଣଙ୍କର ବିପ୍ଳବରୁ ଉତ୍ପନ୍ନ ହୋଇଛନ୍ତି।
ବିଜେଡି ପକ୍ଷରୁ ଆହୁରି କୁହାଯାଇଛି, କଂଗ୍ରେସ ପକ୍ଷରୁ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଥିଲେ। ସେ ବିଜେଡିକୁ ବିରୋଧ କରୁଥିଲେ ଓ ବିଭିନ୍ନ ସମୟରେ ସମାଲୋଚନା କରୁଥିଲେ।
from OdishaReporter https://ift.tt/2OjNfhl
No comments:
Post a Comment