
ଚିତ୍ରକୋଣ୍ଡା/ମାଲକାନଗିରି (ଓଡ଼ିଶା ରିପୋର୍ଟର): କିଛି ଦିନର ନୀରବତା ପରେ ପୁଣି ମାତିଲେ ନକ୍ସଲ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପପୁଲୁରୁ ପଞ୍ଚାୟତର କମଳାପଦର ଗାଁର ପୋଷ୍ଟ୍ମାଷ୍ଟର୍ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ମୃତକ ଜଣଙ୍କ ହେଲେ ନାରାୟଣ ପୋଲାସି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୦ରୁ୧୫ ସଶସ୍ତ୍ର ମାଓବାଦୀ ନାରାୟଣଙ୍କୁ ଘରୁ ଡାକି ନେଇ ଥିଲେ। ଘର ସମ୍ମୁଖରେ ହିଁ ସେମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି।
ସେହିପରି ନକ୍ସଲମାନେ ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଜିଲ୍ଲାରେ ପୋଡ଼ାଜଳା କରିଛନ୍ତି। ବାଚେଲିରେ ୨ଟି ବସ୍ ଓ ଗୋଟିଏ ଟ୍ରକ୍ରେ ନିଆଁ ଲଗାଇ ଦେଇଛନ୍ତି।
ଗତକାଲି ରାତିରେ ବସ୍ଗୁଡ଼ିକ ଦାନ୍ତେଓ୍ୱାଡ଼ାରୁ ଜଗଦଲପୁର ଯିବା ସମୟରେ ବାଚେଲି ନିକଟରେ ନକ୍ସଲମାନେ ଗାଡ଼ିଗୁଡ଼ିକୁ ଅଟକାଇ ଥିଲେ। ଯାତ୍ରୀ ଓ କର୍ମଚାରୀଙ୍କୁ ବସ୍ରୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ହିଂସାକାଣ୍ଡ ଘଟାଇ ଥିବା ନକ୍ସଲମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଧନୁତୀର ଧରିଥିଲେ ବୋଲି ଜଣାପଡ଼ିଛି।
from OdishaReporter https://ift.tt/2M7cKWm


No comments:
Post a Comment