ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷା ଦେଇଥିବା ସମସ୍ତ ୮୦୦୦ ଆଶାୟୀ ଫେଲ୍‌, ଜାଣନ୍ତୁ କେଉଁଠି ଓ କିପରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷା ଦେଇଥିବା ସମସ୍ତ ୮୦୦୦ ଆଶାୟୀ ଫେଲ୍‌, ଜାଣନ୍ତୁ କେଉଁଠି ଓ କିପରି

exam

ଗୋଆ: ୮୦ଟି ପଦବୀ ପାଇଁ ପରୀକ୍ଷା ଦେଇଥିଲେ ୮ ହଜାର ଚାକିରି ଆଶାୟୀ। କିନ୍ତୁ ପରୀକ୍ଷାରେ ସର୍ବନିମ୍ନ ମାର୍କ୍‌ ରଖି ନପାରିବାରୁ ସମସ୍ତ ଆଶାୟୀଙ୍କୁ ଫେଲ୍‌ ଘୋଷଣା କରାଯାଇଛି।

ଗୋଆ ସରକାରଙ୍କ ପକ୍ଷରୁ ସେଠାରେ ହୋଇଥିବା ଆକାଉଣ୍ଟାଣ୍ଟ୍‌ ନିଯୁକ୍ତି ପରୀକ୍ଷାରେ ଏପରି ନୈରାଶ୍ୟଜନକ ଫଳ ଆସିଛି।

ଗୋଆ ସରକାରଙ୍କ ପକ୍ଷରୁ ୮୦ଟି ଆକାଉଣ୍ଟାଣ୍ଟ୍‌ ପଦବୀ ପାଇଁ ଅକ୍ଟୋବର ମାସ ଶେଷରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଜାନୁଆରୀ ୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା ଦେଇଥିଲେ ସମୁଦାୟ ୮ ହଜାର ପରୀକ୍ଷାର୍ଥୀ।

ସମସ୍ତ ଗ୍ରାଜୁଏଟ୍‌ ପରୀକ୍ଷାର୍ଥୀଙ୍କୁ ସମୁଦାୟ ୧୦୦ରୁ ଅତି କମ୍‌ରେ ୫୦ ନମ୍ବର ରଖିବା ଆବଶ୍ୟକ ଥିଲା। ମାତ୍ର ଜଣେ ବି ପରୀକ୍ଷାର୍ଥୀ ଏହି ନମ୍ବର ରଖି ପାରିନାହାନ୍ତି।

ଆଶ୍ଚର୍ଯ୍ୟର କଥା, ଏହି ପରୀକ୍ଷାରେ ଜଣେ ବି ଚାକିରି ଆଶାୟୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ମଙ୍ଗଳବାର ଗୋଆ ଡାଇରେକ୍ଟର ଅଫ୍‌ ଆକାଉଣ୍ଟ୍‌ସ୍‌ଙ୍କ ୱେବ୍‌ସାଇଟ୍‌ରେ ସଂପୃକ୍ତ ଲିଖିତ ପରୀକ୍ଷାର ଫଳାଫଳ ସମ୍ପର୍କରେ ସୂଚନା ଦିଆଯାଇଛି।

ଏସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସମସ୍ତ ଗ୍ରାଜୁଏଟ୍‌ ପରୀକ୍ଷାର୍ଥୀଙ୍କୁ ସମୁଦାୟ ୧୦୦ରୁ ଅତି କମ୍‌ରେ ୫୦ ନମ୍ବର ରଖିବା ଆବଶ୍ୟକ ଥିଲା। ମାତ୍ର ଜଣେ ବି ପରୀକ୍ଷାର୍ଥୀ ଏହି ନମ୍ବର ରଖି ପାରିନାହାନ୍ତି।
୫ ଘଣ୍ଟାର ଏହି ୧୦୦ ମାର୍କ୍‌ର ପରୀକ୍ଷାରେ ଇଂଲିଶ୍‌, ଜେନେରାଲ୍ ନଲେଜ୍‌ ଏବଂ ଆକାଉଣ୍ଟ୍‌ସ୍‌ ସମ୍ପର୍କିତ ପ୍ରଶ୍ନ ରହିଥିଲା ।

ପରୀକ୍ଷାର୍ଥୀଙ୍କ ଏପରି ବିଫଳତାକୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।



from Odisha Reporter https://ift.tt/2MM6fYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages