ଜାଣନ୍ତୁ, କେତେ ଉପକାରୀ ନଡ଼ିଆ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଜାଣନ୍ତୁ, କେତେ ଉପକାରୀ ନଡ଼ିଆ ତେଲ

oil

ଭୁବନେଶ୍ୱର: ଶରୀର ପାଇଁ ନଡ଼ିଆ ତେଲ ଖୁବ୍ ଉପକାରୀ। କାହିଁ କେତେ କାଳରୁ, ଶରୀରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲକୁ ବ୍ୟବହାର କରାଯାଉଛି। ଶରୀର ସହ ତ୍ୱଚାର ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ନଡ଼ିଆତେଲ ବ୍ୟବହାର କରାଯାଏ।

ଆସନ୍ତୁ ଜାଣିବା, ନଡ଼ିଆ ତେଲର କିଛି ବିଶେଷ ଗୁଣ ସମ୍ପର୍କରେ

୧. ନଡ଼ିଆ ତେଲ ତ୍ୱଚା ପାଇଁ ପ୍ରାକୃତିକ ମୟଶ୍ଚରାଇଜର୍‌ ଭାବେ କାମ କରିଥାଏ। ଏହା ରୁକ୍ଷତାକୁ ହଟାଇ ତ୍ୱଚାରେ ଚମକ ଆଣିଥାଏ। ଏହାର ପ୍ରୟୋଗ ଦ୍ୱାରା ଚର୍ମ ରୋଗ, ଡର୍ମେଟାଇଟିସ୍‌, ଏକ୍‌ଜିମା ଓ ଜଳି ଯାଇଥିବା ତ୍ୱଚାରୁ ସୁରକ୍ଷା ମିଳିଥାଏ। ନଡ଼ିଆ ତେଲ, ଷ୍ଟ୍ରେଚ୍‌ ମାର୍କ ହଟାଇବାରେ ସାହାଯ୍ୟ କରିଥାଏ। ନଡ଼ିଆ ନିୟମିତ ଭାବେ ଲଗାଇଲେ, ଓଠ ଫାଟିବା ଭଲ ହୋଇଯାଏ।

୨. ନଡ଼ିଆ ତେଲ କେଶକୁ ଘନ, ଲମ୍ବା ଓ ଚମକ୍‌ଦାର କରିଥାଏ। ପାତ୍ର ୫ ମିନିଟ୍‌ ନଡ଼ିଆ ତେଲ ମୁଣ୍ଡରେ ମାଲିସ୍‌ କଲେ ରକ୍ତ ସଞ୍ଚାଳନ ବୃଦ୍ଧି ହେବା ସହ କେଶକୁ ପୋଷକ ତତ୍ତ୍ୱ ମିଳିଥାଏ। କେଶରେ ନିୟମତ ନଡ଼ିଆ ତେଲ ମାଲିସ କଲେ, ରୂପି ହୁଏ ନାହିଁ।

୩. ଶରୀରରେ ପିତ୍ତ ବୃଦ୍ଧି ହେଲେ, ଆୟୁର୍ବେଦ ଶାସ୍ତ୍ରରେ ନଡ଼ିଆ ତେଲର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥାଏ। ଏହା ଆଣ୍ଠୁ ଗଣ୍ଠି ବ୍ୟଥା ମଧ୍ୟ ଭଲ କରିଥାଏ।

୪. ନଡ଼ିଆ ତେଲର ବ୍ୟବହାର ଫଳରେ ଶରୀରର ଓଜନ ମଧ୍ୟ ହ୍ରାସ ହୋଇଥାଏ। ତାଜା ନଡ଼ିଆରୁ ପ୍ରସ୍ତୁତ ତେଲରେ ଅଧିକ ମିଡିୟମ୍‌ ଚେନ୍‌ ଫ୍ୟାଟି ଏସିଡ୍‌ ଥାଏ। ଏହା ହିଁ ଓଜନ ହ୍ରାସରେ ସହାୟକ ହୋଇଥାଏ।

୫. ନଡ଼ିଆ ତେଲ ପଙ୍ଗଲ୍‌ ଇନ୍‌ଫେକ୍ସନ୍‌କୁ ଦୂର କରିଥାଏ। ଏଥିରେ ଲୋରିକ୍‌ ଓ କ୍ୟାଫ୍ରିକ୍ ଏସିଡ୍‌ ପରି ଆଣ୍ଟିମାଇକ୍ରୋବିୟଲ୍‌ ଲିପିଡ୍‌ର ଏକ ସ୍ରୋତ ଥାଏ, ଯାହା ଆଣ୍ଚିଫଙ୍ଗଲ ବା ଜୀବାଣୁରୋଧୀ ହୋଇଥାଏ।

୬. ରୋଷେଇରେ ମଧ୍ୟ ନଡ଼ିଆ ତେଲର ବ୍ୟବହାର କରାଯାଏ। ନଡ଼ିଆ ତେଲରେ ରନ୍ଧା ଯାଇଥିବା ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ସୁସ୍ଥକର ।

 



from Odisha Reporter https://ift.tt/2w7chd3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages