ବିବାହିତା ମହିଳାଙ୍କ ପାଇଁ କେତେ ଉପକାରୀ ସିନ୍ଦୂର, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ବିବାହିତା ମହିଳାଙ୍କ ପାଇଁ କେତେ ଉପକାରୀ ସିନ୍ଦୂର, ଜାଣନ୍ତୁ

sindoor

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିନ୍ଦୂରକୁ ବିବାହିତା ନାରୀର ଭୂଷଣ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ମହିଳାଙ୍କୁ ବିବାହ ପରେ ସ୍ୱାମୀର ସୁରକ୍ଷା ପାଇଁ ସିନ୍ଦୂର ଲଗାଇବାକୁ ପଡ଼ିଥାଏ। କିନ୍ତୁ ଆଧୁନିକ ସମାଜରେ ନୂଆ ଲୁକ୍‌ ଏବଂ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଅନେକ ବିବାହିତ ମହିଳାମାନେ ସିନ୍ଦୂର ଲଗାଇବା ପାଇଁ ପସନ୍ଦ କରୁନାହାନ୍ତି। ତେବେ ଏହି ସିନ୍ଦୂର ମଥାରେ ଲଗାଇବା କେବଳ ଫ୍ୟାଶନ୍‌ ନୁହେଁ, ଆପଣଙ୍କ ଜୀବନ ଉପରେ ମଧ୍ୟ ଏହା ଅନେକ ପ୍ରଭାବ ପକାଇଥାଏ। ମହିଳାଙ୍କ ମଥାରେ ଲାଗିଥିବା ସିନ୍ଦୂର ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ କିମ୍ୱା ଆପଣଙ୍କୁ ବର୍‌ବାଦ ମଧ୍ୟ କରି ଦେଇପାରେ। ଆସନ୍ତୁ ଜାଣିବା, ସିନ୍ଦୂରର ପ୍ରଭାବ ଆପଣଙ୍କ ଜୀବନ ଉପରେ କେତେ ରହିଛି?
ମଥାର ଏହି ସ୍ଥାନରେ ଲଗାନ୍ତୁ ନାହିଁ ସିନ୍ଦୂର
Sindhuram-ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମଥାର ମଝିରେ ସିନ୍ଦୂର ଲଗାଇବା ବଦଳରେ ସୁତାଣୀରେ ସିନ୍ଦୂର ଲଗାନ୍ତି, ସେହି ମହିଳାଙ୍କର  ସାଂସାରିକ ଜୀବନରେ କଳହ ଲାଗି ରହିଥାଏ।

ଲୁଚାଇ ଲଗାନ୍ତୁ ନାହିଁ ସିନ୍ଦୂର
sindurଧର୍ମ ଅନୁସାରେ ଯେଉଁ ସ୍ତ୍ରୀ ନିଜ କେଶରେ ଲୁଚାଇ ସିନ୍ଦୂର ଲଗାନ୍ତି, ସେହି ମହିଳାଙ୍କ ସ୍ୱାମୀର ମାନସମ୍ମାନ ମଧ୍ୟ ସବୁବେଳେ ଲୁଚି ରହିଥାଏ। କଠୋର ପରିଶ୍ରମ ପରେ ମଧ୍ୟ ତାଙ୍କୁ ସମ୍ମାନ ମିଳିନଥାଏ। ଏହି କାରଣରୁ କୁହାଯାଏ, ସିନ୍ଦୂର ଏପରି ଲଗାନ୍ତୁ ଯେପରି ସମସ୍ତଙ୍କୁ ଦେଖାଯିବ।
ସିନ୍ଦୂରକୁ ମହିଳାଙ୍କ ୧୬ ଶୃଙ୍ଗାରରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆ ଯାଇଥାଏ। ସିନ୍ଦୂର ଲଗାଇଲେ ମହିଳା ସୁସ୍ଥ ରହିବା ସହିତ ସୁନ୍ଦର ଦେଖା ଯାଇଥାଆନ୍ତି। ଏହା ସହିତ ସିନ୍ଦୂର ବିନା କୌଣସି ବାହାଘର ସମ୍ପୂର୍ଣ୍ଣ ମଧ୍ୟ ନୁହେଁ।
ସିନ୍ଦୂରରେ ହୋଇଥାଏ ପାରଦ
sindoorବୈଜ୍ଞାନିକଙ୍କ କହିବା ଅନୁସାରେ ସିନ୍ଦୂର ଲଗାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ବିବାହ ପରେ ମହିଳାଙ୍କୁ ଅନେକ କର୍ତ୍ତବ୍ୟ କରିବାକୁ ପଡ଼ିଥାଏ। ଯେଉଁ କାରଣରୁ ସେମାନେ ଚିନ୍ତାରେ ରହିଥାଆନ୍ତି। ଏହା ଯୋଗୁ ମୁଣ୍ଡ ବିନ୍ଧା ଏବଂ ଅନିଦ୍ରା ପରି ସମସ୍ୟା ସୃଷ୍ଟି ହୋଇଥାଏ।  ତେବେ ବୈଜ୍ଞାନିକମାନେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ସିନ୍ଦୂର ଲଗାଇବାର ପରାମର୍ଶ ଦେଇଛନ୍ତି। ସିନ୍ଦୂରରେ ମିଶିଥିବା ପାରଦ ମସ୍ତିଷ୍କ ପାଇଁ ଲାଭଦାୟକ। ଏହା ମସ୍ତିଷ୍କକୁ ଥଣ୍ଡା ରଖିବା ସହିତ ଚିନ୍ତା ମଧ୍ୟ ଦୂର କରିଥାଏ।
ଚର୍ମକୁଞ୍ଚନ ହୁଏ ନାହିଁ

ସିନ୍ଦୂରରେ ପାରା ଧାତୁ ଅଧିକ ଥିବାରୁ ଶରୀରରେ ଶୀଘ୍ର ଚର୍ମକୁଞ୍ଚନ ହୋଇନଥାଏ। ଏହା ସହିତ ପାରା ଧାତୁ ମହିଳାଙ୍କ ଶରୀରରୁ ବାହାରୁଥିବା ବୈଦ୍ୟୁତିକ ଉତ୍ତେଜନାକୁ ନିୟନ୍ତ୍ରଣ କରିଥାଏ।
ମନକୁ ଶାନ୍ତ ରଖିଥାଏ ସିନ୍ଦୂର

ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଗଲେ, ଯେବେ ଜଣେ ମହିଳା ସିନ୍ଦୂର ଲଗାଇଥାଏ, ସେହି ସିନ୍ଦୂର ତା’ର ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ସହିତ ଯୌନ କ୍ଷମତାକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ସିନ୍ଦୂର ଢାଳିଯିବା
sindoorକୁହାଯାଏ ସିନ୍ଦୂର ଲଗାଇବା ସମୟରେ ଯଦି କୌଣସି ସ୍ତ୍ରୀ ହାତରୁ ସିନ୍ଦୂର ପଡ଼ିଯାଏ ଏବଂ ଭୂମିରେ ଏଣେତେଣେ ପଡ଼େ, ତେବେ ତାଙ୍କ ସ୍ୱାମୀର କ୍ଷତି ହୋଇଥାଏ କିମ୍ୱା ସେ କୌଣସି ସମସ୍ୟାରେ ପଡ଼ିଥାଆନ୍ତି।



from OdishaReporter https://ift.tt/2vydtFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages