ରାଜୀବ ହତ୍ୟାକାରୀଙ୍କ ମୁକ୍ତି ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ରାଜୀବ ହତ୍ୟାକାରୀଙ୍କ ମୁକ୍ତି ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ମୁକ୍ତି ସଂକ୍ରାନ୍ତ ନିଷ୍ପତ୍ତିକୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ବିରୋଧ କରିଛନ୍ତି।
କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ କହିଛନ୍ତି, ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ କେବେ ହେଲେ ଜେଲ୍‌ରୁ ମୁକ୍ତ କରାଯାଇ ପାରିବ ନାହିଁ। ଏହା ସମାଜ ଉପରେ ଏକ ଭୟଙ୍କର ପ୍ରଭାବ ପକାଇବ।
ପୂର୍ବରୁ ମଧ୍ୟ ଏହି ମୁକ୍ତି ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି। ତେଣୁ ଏହା ପୂର୍ବଭଳି ବଳବତ୍ତର ରହିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି।
୨୦୧୬ରେ ତାମିଲନାଡୁ ସରକାର ରାଜୀବ ଗାନ୍ଧିଙ୍କୁ ହତ୍ୟା କରି ଆଜୀବନ ଜେଲ୍‌ ଦଣ୍ଡ ପାଇଥିବା ୭ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତାମିଲନାଡ଼ୁ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।


from OdishaReporter https://ift.tt/2OkH10w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages