ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ର ପରିମାଣ ଠିକ୍ ନ ରହିଲେ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ର ପରିମାଣ ଠିକ୍ ନ ରହିଲେ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଏ

foods

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସୁସ୍ଥ ଜୀବନ ପାଇଁ ଅନେକ ଲୋକ ଯୋଗ, ପ୍ରାଣାୟମ ଆଦି କରନ୍ତି। ଅନେକ ବ୍ୟାୟାମ କରନ୍ତି। ତା’ସହିତ ସେମାନେ ନିଜ ଖାଦ୍ୟାଭ୍ୟାସ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତି। ତେବେ କିଛି ଲୋକ ଅଛନ୍ତି ବିଶେଷଜ୍ଞମାନଙ୍କ ପରାମର୍ଶ ନନେଇ ନିଜେ ନିଜେ କେଉଁ ଖାଦ୍ୟ କେତେ ଖାଇବେ, ସେ ନିଷ୍ପତ୍ତି ନେଇ ଯାଆନ୍ତି। ଏହା ଠିକ୍ ନୁହେଁ।

ଏକ ଗବେଷଣା ଅନୁଯାୟୀ, ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ର ପରିମାଣ ୪୦ ପ୍ରତିଶତରୁ କମ୍‌ ବା ୭୦ ପ୍ରତିଶତରୁ ଅଧିକ ରହିଲେ, ଏହା ଆପଣଙ୍କ ପାଇଁ ମୃତ୍ୟୁର କାରଣ ହୋଇଥାଏ। କିନ୍ତୁ ଖାଦ୍ୟରେ ୫୦ରୁ ୫୫ ପ୍ରତିଶତ କାର୍ବୋହାଇଡ୍ରେଡ୍‌ ରହିଲେ ଜୀବନପ୍ରତି ବିପଦ ରହେ ନାହିଁ।
ଏହି ଗବେଷଣା କରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ବାଲ୍ଟର ବିଲେଟ୍‌ଙ୍କ ମତରେ ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ର ମାତ୍ରା ଅଧିକ ବା କମ୍‌ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
ବାଲ୍ଟର ତାଙ୍କ ଗବେଷଣାରେ ୪୫ରୁ ୬୪ ବର୍ଷ ବୟସର ପାଖାପାଖି ୧୫,୪୨୮ ଜଣ ଲୋକଙ୍କୁ ସାମିଲ୍‌ କରିଥିଲେ।

ଏହି ଗବେଷଣାରୁ ସେ ଜାଣିବାକୁ ପାଇଥିଲେ ଯେ ଉଚିତ୍‌ ମାତ୍ରାରେ କାର୍ବୋହାଇଡ୍ରେଡ୍‌ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ କମ୍‌ କାର୍ବୋହାଇଡ୍ରେଡ୍‌ ଖାଉଥିବା ବ୍ୟକ୍ତିଙ୍କର ଆୟୁଷ ୪ ବର୍ଷ କମ୍‌ ହୋଇଥାଏ। ସେହିଭଳି ଯେଉଁମାନେ ଅଧିକ କାର୍ବୋହାଇଡ୍ରେଡ୍‌ ଖାଆନ୍ତି ସେମାନଙ୍କ ଆୟୁଷ ବର୍ଷେ କମ୍‌ ହୋଇଥାଏ।
ଏହି ଗବେଷଣାମୂଳକ ରିପୋର୍ଟ ପବ୍ଲିକ୍‌ ହେଲଥ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।



from Odisha Reporter https://ift.tt/2PpsQJh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages