
12 injured after as a mini truck meets with an accident
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଘାଟିରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ସକାଳେ ଲଇମୁରା-କୈଳାସ ଘାଟି ରାସ୍ତା ଦେଇ ଏକ ମିନି ଟ୍ରକ୍ ଦେବଗଡ଼ ଯାଉଥିଲା। ଏଥିରେ ଗଇଲୋ ଗ୍ରାମର ପ୍ରାୟ ୧୫ ଜଣ ଲୋକ ବସିଥିଲେ।
ଟ୍ରକ୍ଟି ଭାରସାମ୍ୟ ହରାଇ ଘାଟିରେ ଥିବା ଏକ ଗାର୍ଡୱାଲ୍ରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।
ଆହତମାନଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
୨୦୧୬ ଏପ୍ରିଲ ୧୬ରେ ଏହି ଘାଟିରେ ଏକ ଯାତ୍ରା ପାର୍ଟି ବସ୍ ଶହେ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣ କଳାକାରଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2MJaPal
No comments:
Post a Comment