ଗୁରୁ କେଳୁଚରଣ ସମ୍ମାନ ଉତ୍ସବ ଆସନ୍ତା ୫ରୁ, ଆସିବେ ହେମା ମାଳିନୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଗୁରୁ କେଳୁଚରଣ ସମ୍ମାନ ଉତ୍ସବ ଆସନ୍ତା ୫ରୁ, ଆସିବେ ହେମା ମାଳିନୀ  

guru
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ‘ସୃଜନ’ “ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପର୍ବ” ଅନୁଷ୍ଠିତ ହେବ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। 
 
ଚଳିତବର୍ଷ ପାଇଁ ଡ॰ ସଚ୍ଚି ଦାସ (ଥିଏଟର) ଓ ଗୁରୁ ଲିଙ୍ଗରାଜ ବେହେରା(ନୃତ୍ୟ)ଙ୍କୁ “ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ” ପ୍ରଦାନ କରାଯିବ।
 
ସେହିପରି ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲି ମହାପାତ୍ର, କୋଲକାତାର ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁବିକାଶ ମୁଖାର୍ଜୀ, ଦିଲ୍ଲୀ କଥକ ନୃତ୍ୟଶିଳ୍ପୀ ସ୍ୱାତୀ ସିହ୍ନା ଓ ମୁମ୍ବାଇର ଓଡ଼ିଶୀ ମର୍ଦ୍ଦଳ ବାଦକ ରୋହନ୍‌ ସୁରେଶ ଦହାଲେଙ୍କୁ “ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ” ପ୍ରଦାନ କରାଯିବ।
 
ଉତ୍ସବର ପ୍ରତି ସନ୍ଧ୍ୟାରେ ଦେଶର ବହୁ ବିଶିଷ୍ଟ କଳାକାର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ୯ ତାରିଖର ଉଦଯାପନୀ ସନ୍ଧ୍ୟାରେ ଚଳଚ୍ଚିତ୍ର ତାରକା ତଥା ସାଂସଦ ହେମାମାଳିନୀ ଅତିଥି ଭାବେ ଯୋଗ ଦେବେ ବୋଲି ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।   


from Odisha Reporter https://ift.tt/2NrXaS4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages